-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
31-Oct-2024
ଉଲୁଣ୍ଡା(ପ୍ରେରଣା ଖବର): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ପବିତ୍ର ମୋହନ ଯୁକ୍ତ ଦୁଇ ବିଦ୍ୟାଳୟରେ ଦୁଇ ଦିନ ଧରି ଚାଲିଥିବା ନିଶାମୁକ୍ତ ଭାରତ ଅଭିଯାନ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ପ୍ରଥମ ଦିନ ରେ ନିଶାମୁକ୍ତ ସମ୍ପର୍କିତ ଓଡ଼ିଆ ରଚନା, ତର୍କ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଛାତ୍ରଛାତ୍ରୀମାନେ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ I ଅପରାହ୍ନରେ କଲେଜ ଅଧକ୍ଷI ଜ୍ୟୋତିର୍ମୟୀ ମେହେରଙ୍କ ସଭାପତିତ୍ବରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଅଧ୍ୟାପିକା ପିଙ୍କି ସାହୁ ସଭାର ଆଭିମୁଖ୍ୟ ପ୍ରଦାନ କରିଥିଲେ | ଅଧ୍ୟାପିକା ସସ୍ମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।