-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
27-Oct-2024
ବଲାଙ୍ଗୀର(ପ୍ରେରଣାଖବର) ବଲାଙ୍ଗୀର ସହରର ପୁରାତନ ହାଇସ୍କୁଲ ମଧ୍ଯରୁ ପତିତପାବନ ଏକାଡେମି ହାଇସ୍କୁଲ ଅନ୍ୟତମ। ହାଇସ୍କୁଲ ର ପୁରାତନ ଓ ବର୍ତ୍ତମାନ ର ଛାତ୍ର ମାନଙ୍କୁ ନେଇ ଆସନ୍ତା ଡିସେମ୍ବର ୨୧ ଓ ୨୨ ତାରିଖ ଦୁଇ ଦିନ ଥରି ହାଇସ୍କୁଲର ଡ଼ାଇମଣ୍ଡ ଜୁବୁଲି ଉତ୍ସବ ଅନୁଷ୍ଠିତ ହେବାର ରହିଛି। ଏହି ଉତ୍ସବକୁ ସଫଳ କରିବା ପାଇଁ ୮୯ ବ୍ୟାଚର ପୁରାତନ ଛାତ୍ର ମାନଙ୍କୁ ନେଇ ଆଜି ପି ପି ଏକାଡେମୀ ଲାଇବ୍ରେରୀ ହଲ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସନ୍ତକ ବହିଦାର, ଶ୍ରୀମନ୍ତ ପଣ୍ଡା, ମୁନା ପଣ୍ଡା,ଶ୍ରୀଧର ନାୟକ, ରିଆଜ ଖାନ୍, ଅଜିତ ପଣ୍ଡା,ନୀଳମଣୀ ହାତି, ବିଷ୍ଣୁ ଅଗ୍ରଓଆଲ୍ ଓ ବାବୁ ପୂଜାରୀଙ୍କ ସମେତ ଅନେକ ପୁରାତନ ଛାତ୍ର ଉପସ୍ଥିତ ରହିଥିଲେ।