-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
27-Oct-2024
ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର ରାଓ) ବଲାଙ୍ଗିର ଜିଲ୍ଲା ଏକ ଦାଦନ ପ୍ରବଣ ଜିଲ୍ଲା ହୋଇଥିବା ବେଳେ ଏବେ ଦାଦନ ଋତୁ ର ଦ୍ବିତୀୟ ପର୍ଯ୍ୟାୟ ଚାଲିଅଛି।ବଲାଙ୍ଗିର ଜିଲ୍ଲା ର ମୁଖ୍ୟତଃ ପାଟଣାଗଡ଼, ଲରମ୍ଭା,ବେଲପଡା, ଖପ୍ରାଖୋଲ,କଣ୍ଟାବାଞ୍ଜି,ମୁରିବାହାଲ, ଟିଟିଲାଗଡ଼, ତୁରେକେଲା,ଲାଠୋର, ବଙ୍ଗୋମୁଣ୍ଡା, ସିନ୍ଧେକେଲା,ସଇଁତଳା ପୋଲିସ ର ମୁଖ୍ୟ ଭୂମିକା ରହୁଥିବା ବେଳେ ଖାଲି ତୁରେକେଲା,ବେଲପଡା ଓ ଖପ୍ରାଖୋଲ ପୋଲିସ ଆଜି ପର୍ଯ୍ୟନ୍ତ ଦାଦନ ଶ୍ରମିକ ଉଦ୍ଧାର କରି ଚର୍ଚ୍ଚା ରେ ରହୁଛନ୍ତି ଏବଂ ବାକି ସବୁ ନୀରବଦ୍ରଷ୍ଟା ସାଜିଛନ୍ତି। ସର୍ବପ୍ରଥମେ ରମାକାନ୍ତ ସାହୁ, ଦ୍ବିତୀୟ ରେ ଅନନ୍ତ ପ୍ରଧାନ ତୃତୀୟ ରେ ନରେନ୍ଦ୍ର ଛତର ବେଆଇନ ଦାଦନ ଚାଲାଣ ଉପରେ କର୍ତ୍ତବ୍ୟ ନିଷ୍ଠା ଭାବେ ରୋକ୍ ଲଗାଉଥିବା ଯୋଗୁଁ ବେଶ ପ୍ରଶଂସାର ପାତ୍ର ହୋଇଛନ୍ତି। ସୂଚନାଯୋଗ୍ୟ ଯେ ଆଜି ସକାଳୁ ସବ୍ ଇନ୍ସପେକ୍ଟର ଲିଙ୍ଗରାଜ କିଷାନ ସଦଳବଳେ ପେଟ୍ରୋଲିଂ କରୁଥିବା ବେଳେ ହରିଶଙ୍କର ଛକ ନିକଟରେ ୬ ଜଣ ପୁରୁଷ ଓ ୫ ଜଣ ମହିଳା ଏବଂ ଜଣେ ଶିଶୁ କୁ ବରଗଡ଼ ଜିଲ୍ଲା ବୁଡେନ ଥାନା ସର୍ଗିପାଲି ଗାଁ ର ସର୍ଦ୍ଦାର ରଞ୍ଜିତ (ବୁଢ଼ା)ଜାଲ ହାଇଦ୍ରାବାଦ ବେଆଇନ ଭାବେ ଚାଲାଣ କରୁଥିବା ବେଳେ ଧରିଥିଲେ। ଉକ୍ତ ଦାଦନ ଶ୍ରମିକ ମାନଙ୍କୁ ନିଜ ଘରକୁ ପଠାଇ ଦେଇଥିବା ବେଳେ ସର୍ଦ୍ଦାର ନାଁ ରେ ଖପ୍ରାଖୋଲ ଥାନା କେଶ୍ ନମ୍ବର ୨୫୪/୨୪ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଥାନାଧିକାରୀ ନରେନ୍ଦ୍ର ଛତର ସୂଚନା ଦେଇଛନ୍ତି। ନରେନ୍ଦ୍ର ଛତର ବାବୁ ଙ୍କ ଏକ୍ସନ ହେଉଥିବା ବେଳେ ପାଟଣାଗଡ଼ ଉପଖଣ୍ଡ ର ଦାଦନ ସର୍ଦ୍ଦାର ଙ୍କ ପେଣ୍ଠସ୍ଥଳୀ ପାଳଟିଥିବା ଲାଠୋର ପୋଲିସ କାହିଁକି ଚୂପ୍ ବସିଛି ବୋଲି ଜନସାଧାରଣରେ ମତ ପ୍ରକାଶ ପାଉଛି।