-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
26-Oct-2024
ବଲାଙ୍ଗୀର(ଅନ୍ତର୍ଯ୍ୟାମୀ ସାହୁ): ସାମ୍ବାଦିକ ଭବନ ଠାରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ସଂଘର କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ବନଳତା ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଆସନ୍ତା ନଭେମ୍ବର ୧୫ରେ ହେବାକୁ ଥିବା ଭଗବାନ ବିର୍ସା ମୁଣ୍ଡା ଜୟନ୍ତୀ ଉତ୍ସବ ବଲାଙ୍ଗିର ଠାରେ ପାଳନ କରିବାକୁ ପ୍ରସ୍ତାବ ହୋଇଥିଲା l ବିର୍ସା ମୁଣ୍ଡା ଜୟନ୍ତୀ ଉପଲକ୍ଷେ ଆଦିବାସୀ କଳାକାର ଏବଂ ଆଦିବାସୀ ସାଂସ୍କୃତିକ ଦଳ ଦ୍ୱାରା ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ହେବ l ଶୋଭାଯାତ୍ରା ପରେ ମହାସଭା ହେବ l କାର୍ଯ୍ୟକ୍ରମରେ ବଲାଙ୍ଗିର ଜ଼ିଲ୍ଲା ସହିତ ରାଜ୍ୟର ସମସ୍ତ ଜ଼ିଲ୍ଲାର ଆଦିବାସୀ ସାଂସ୍କୃତିକ ଦଳ ସାମିଲ ହେବେ l ଜୟନ୍ତୀ ମହୋତ୍ସବ ଅବସରରେ ଆଦିବାସୀ ଙ୍କ ସମସ୍ୟା ସମ୍ବଳିତ ସ୍ମାରକପତ୍ର ଜ଼ିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କୁ ପ୍ରଦାନ କରିବାକୁ ବୈଠକରେ ସ୍ଥିର ହୋଇଥିଲା l ବୈଠକରେ ସଂଘର ଶ୍ରୀମତୀ ବନଳତା ମାଝୀ,ବ୍ଲକ ସଭାପତି ପଦ୍ମନ ପ୍ରଧାନୀ, ସନ୍ତୋଷ ପୁଟା, ରସିକ ଧରୁଆ,ପାଳେଶ୍ୱର ଭୋଇ, ଚନ୍ଦ୍ର ବରିହା, ବିକ୍ରମ ଭୋଇ, ମନରଞ୍ଜନ ଭୋଇ, ନରୋତ୍ତମ ମାଝୀ, ସୁରଥ ଧରୁଆ, ଭୁବନେଶ୍ୱର କୁଅଁର, ନଗର ସଭାପତି ରାମଚନ୍ଦ୍ର ମୁର୍ମୁ, ନିତ୍ୟାନନ୍ଦ ମାଝୀ, ଚନ୍ଦ୍ର ଶବର,ସଂଗଠନ ସମ୍ପାଦକ ଥବିର ପୁଝାରୀ, ଅଚ୍ୟୁତାନନ୍ଦ ଧରୁଆ, ପ୍ରଫୁଲ୍ଲ ପ୍ରଧାନୀ, ସୁନୀଲ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ l