-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
25-Oct-2024
ବ୍ରହ୍ମପୁର ସଦର ଥାନା ପୋଲିସ୍ ଲୁଲୁ ଦୋରା ନାମକ ଜଣେ ଯୁବକ କୁ ୧୭ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ପୋଲିସ ସୁତ୍ରରୁ ଜଣାପଡିଛି ଯେ ଗିରଫ ଲୁଲୁ ଗୌତମୀ ଗ୍ରାମର ଟିକିନା ବେହେରା ନାମକ ଜଣେ ଯୁବକ କୁ ଜମି ବିକ୍ରୀ କରିବା ର ମିଥ୍ୟା ପ୍ରତିଶ୍ରୁତି ଦେଇ ୧୮ ଲକ୍ଷ ଟଙ୍କା ନେଇଥିଲା। କିନ୍ତୁ ଜମି ଦେଲା ନାହିଁ କି ଟଙ୍କା ଫେରାଇଲା ନାହିଁ। ଯାହା ଫଳରେ ଟିକିନା ବର୍ଷ ବର୍ଷ କାଳ ଅପେକ୍ଷା କରି ପୋଲିସ ର ଦ୍ଵାରସ୍ଥ ହେଲା।ଟିକିନାର ଅଭିଯୋଗ କୁ ଗ୍ରହଣ କରି ପୋଲିସ ଅନୁସନ୍ଧାନ ଚଳାଇ ଲୁଲୁ କୁ ଥାନା ରେ ରଖି ଜେରା କରି ଅଭିଯୋଗ ର ସତ୍ୟତା କୁ ଭିତ୍ତି କରି ମାମଲା ରୁଜୁ କରି ଦଫା ୪୨୦/୩୪ ଠକେଇ ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି l
(କୈଳାଶ ଚନ୍ଦ୍ର ଚୌଧୁରୀ)