-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
25-Oct-2024
ବଲାଙ୍ଗିର(ପ୍ରେରଣା ଖବର): ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ଜବାହାରଲାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ସ୍ୱାଧିନ ସାହୁ ଙ୍କ ଅଧ୍ୟକ୍ଷତାରେ ପ୍ରାଚୀର ଚିତ୍ର ଅନାବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଲୁମିନି ସଭାପତି ଅନନ୍ତ ବିଶ୍ୱାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ପ୍ରାଚୀର ଚିତ୍ରକୁ ଅନାବରଣ କରିଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ନିଜ ବକ୍ତବ୍ୟରେ ସୃଜନ ଅଭିବ୍ୟକ୍ତି ର ଅନ୍ୟତମ କୌଶଳ ଚିତ୍ର ବୋଲି କହିବା ସହ ଏକାଗ୍ରତା, ଶିକ୍ଷା ପ୍ରତି ଅଭିଋଚି ବଢାଇବାରେ ଏହା ସାହାଯ୍ୟ କରିଥାଏ ବୋଲି କହିଥିଲେ । ଶିକ୍ଷକ ସୁଧାଂଶୁ ଶେଖର ପ୍ରଧାନ, ପଙ୍କଜ ମେହେର ଓ ଶିକ୍ଷୟତ୍ରୀ ପ୍ରତିଶା ମିଶ୍ର ଚିତ୍ରାଙ୍କନ କୁ ନେଇ ସ୍ୱଅନୁଭୁତି ପ୍ରକାଶ କରିବା ସହ ଛାତ୍ର ଛାତ୍ରୀମାନଙ୍କୁ ଚିତ୍ର ଅଙ୍କନର ବିଭିନ୍ନ ଦିଗ ପ୍ରତି ଆଲୋକପାତ କରିଥିଲେ । ଶିକ୍ଷକ କାହ୍ନୁ ଚରଣ ସାହୁ, ପ୍ରଦୀପ ଦଣ୍ଡସେନା, ସଂଜିବ ମିଶ୍ର, ସୁଜିତ ଦେହୁରି, ମୁରାରି ମୋହନ ପର୍ଡିଆ, ଶିକ୍ଷୟତ୍ରୀ ସୁବାସିନୀ ସେଠୀ, ନିରୋତ୍ତମା ବିଶ୍ୱାଲ, ସୁମିତ୍ର ସୁତାର, ସୁଷମା ମେହେର ପ୍ରମୁଖ ପିଲା ମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବା ସହିତ ଚିତ୍ର ଆଙ୍କିବା ଦିଗରେ ଉଦବୋଧନ ଦେଇଥିଲେ । ଏହି ପ୍ରାଚୀର ଚିତ୍ର ରେ ଗୁଣାତ୍ମକ ଶିକ୍ଷା, ପିଏମ୍ ପୋଷଣ, ପ୍ଲାଷ୍ଟିକ ବର୍ଜନ, ଧୁମ୍ରପାନ ନିଷେଧ, ସ୍ୱଚ୍ଛ ଭାରତ, ପରିବହନ ନିୟମ ସଚେତନତା, ପରିବେଶ ସଚେତନତା, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଚିତ୍ର ସ୍ଥାନ ପାଇଛି । କାର୍ଯ୍ୟକ୍ରମ ର ସଂଯୋଜନା ରଂଜିତ ମିଶ୍ର କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ବରିଷ୍ଠ ଶିକ୍ଷକ ସୁଧାଂଶୁ ଶେଖର ପଧାନ ।