-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
20-Oct-2024
ବଲାଙ୍ଗିର(ପ୍ରେରଣା ଖବର) ଆସନ୍ତା ଡିସେମ୍ବର ୨୧ ଓ ୨୨ ତାରିଖରେ ବଲାଙ୍ଗୀର ପତିତପାବନ ଏକାଡେମୀର ଡାଇମଣ୍ଡ ଜୁବଲି ମହାସମାରୋହ ପାଳନ ଅବସରରେ ଡାଇମଣ୍ଡ ଜୁବୁଲି କମିଟିର ଏକ କାର୍ଯ୍ୟକାରୀ ବୈଠକ ସ୍ଥାନୀୟ ପି. ପି ଏକାଡେମୀ ଠାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବିଭିନ୍ନ କମିଟିର ସଦସ୍ୟ ମାନେ ଭାଗନେଇ ଉତ୍ସବକୁ କିପରି ସର୍ବାଙ୍ଗ ସୁନ୍ଦର କରାଯାଇ ପାରିବ ସେଉପରେ ଆଲୋଚନା କରିଥିଲେ l ଡାଇମଣ୍ଡ ଜୁବୁଲି ସମାରୋହରେ ଯେପରି ଅଧିକରୁ ଅଧିକ ପୂରାତନ
ଛାତ୍ର ସାମିଲ ହୋଇ ପାରିବେ ସେ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା l ପ୍ରକାଶନ ଅପେକ୍ଷାରେ ଥିବା ସ୍ମରଣିକା ପାଇଁ ଲେଖା, ବିଜ୍ଞାପନ ଓ ଲେଖାର ବିଷୟବସ୍ତୁ ଉପରେ ଓ ବିଭିନ୍ନ୍ ପ୍ରସ୍ତାବ ଗ୍ରହଣ କରାଯାଇଥିଲା l ସକାଳ ଓ ସନ୍ଧ୍ୟା ଅଧିବେଶନ ପାଇଁ ବିଭିନ୍ନ ବର୍ଗର ଅତିଥି ନିମନ୍ତ୍ରଣ, କ୍ରୀଡା ଓ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ବିଭିନ୍ନ ପ୍ରତିଯୋଗିତା ଆୟୋଜନ ଓ ଡାଇମଣ୍ଡ ଜୁବୁଲି ଲୋଗୋ ଉନ୍ମୋଚନ ସମ୍ପର୍କରେ ବିଭିନ୍ନ ନିଷ୍ପତ୍ତି ନିଆଯାଇଛି l ଆସନ୍ତା ୨୫ ତାରିଖ ସନ୍ଧ୍ୟାରେ ପି ପି ଏକାଡେମୀ ଠାରେ କାର୍ଯ୍ୟକlରୀ କମିଟିର ଆଉ ଏକ ବୈଠକ ଅନୁଷ୍ଠିତ ହେବାକୁ ସ୍ଥିରୀକୃତ ହୋଇଛି l ଆଜିର ବୈଠକରେ ଡାଇମଣ୍ଡ ଜୁବଲି କମିଟିର ଉପସଭାପତି ପ୍ରଭାସ ପାଣିଗ୍ରାହୀ, ଡାଇମଣ୍ଡ ଜୁବୁଲି କମିଟିର ଉପସଭାପତି ହେମନ୍ତ ପଣ୍ଡା, ଫାଇନାନ୍ସ କମିଟିର କୋଅର୍ଡିନେଟର ଜୟପ୍ରକାଶ ପୁରୋହିତ, ଡାଇମଣ୍ଡ
ଜୁବୁଲି କମିଟିର ସଭାପତି ଶଶୀ ଭୁଷଣ ପୁରୋହିତ, ଆଲୁମିନି ସଭାପତି ସାଏଦ ଅଫତlବ ହୁସେନ୍, ସ୍ମରଣିକା କମିଟିର କୋଅର୍ଡିନେଟର ମନୋରଞ୍ଜନ ସାହୁ, ମୁଖ୍ୟ ସମ୍ପାଦକ ଅଖିଳ ହୋତା, ସହସମ୍ପାଦକ ରଘୁ ନନ୍ଦନ ସିଂହ, ସଭ୍ୟ ଶରତ ମିଶ୍ର, ଆକାଶ ମିଶ୍ର,କୋଷାଧ୍ୟକ୍ଷ ଦତ୍ତାନନ୍ଦ ପଣ୍ଡା, ଯୁଗ୍ମ ସମ୍ପାଦକ ନାସିର ଖାନ, ପିପି ଏକାଡେମୀର ପ୍ରଧାନ ଶିକ୍ଷକ ସିନୁ ସୁନ୍ଦର୍ ପାଢି ପ୍ରମୂଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ଶେଷରେ ମନୋରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l