-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||     

HOME   ଜିଲ୍ଲା

ଡାବୁଗାଁ ଅଞ୍ଚଳର ଆଦିବାସୀ ଝିଅ ଓସିଏସ ପରୀକ୍ଷାରେ ସଫଳତା

20-Oct-2024



ନବରଙ୍ଗପୁର ( ମିହିର ଶଙ୍କର ପାତ୍ର)
ଓପିଏସସି (ଓଡିଶା ଲୋକସେବା ଆୟୋଗ) ଦ୍ଵାରା ପରିଚାଳିତ ଓସିଏସ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି | ଏଥିରେ ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲା  ଡାବୁଗାଁ ବ୍ଲକ ର ମେଦନା ପଞ୍ଚାୟତ ଅଧୀନ ଚାଟିଗୁଡା  ଗ୍ରାମର ଆଦିବାସୀ ଝିଅ ପ୍ରିୟଦର୍ଶନୀ ପୂଜାରୀ (୬୨୩) ରିୟାଙ୍କରେ ରହିଛନ୍ତି | ତାଙ୍କର ଏହି ସଫଳତାରେ ଗ୍ରାମର  ଗର୍ବ ଅନୁଭବ କରୁଥିବା ବେଳେ ପଞ୍ଚାୟତ ବାସୀ, ବ୍ଲକବାସୀ ଏବଂ ଜିଲ୍ଲାବାସୀ ମଧ୍ୟ ଗର୍ବ ଅନୁଭବ କରୁଛନ୍ତି । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ମେଦନା ପଂଚାୟତ ଅନ୍ତର୍ଗତ ଚାଟିଗୁଡା ଗ୍ରାମର ସୁଦର୍ଶନ ପୂଜାରୀ ଓ ଯଶୋବନ୍ତି ପୂଜାରୀଙ୍କ ସୁକନ୍ୟା । ସେ ୧ମ ରୁ ୫ମ ଶ୍ରେଣୀ ପଯ୍ୟନ୍ତ ଚାଟିଗୁଡା ୟୁ ଜି ୟୁ ପି ସ୍କୁଲରେ ପଢିଥିବା ବେଳେ ୬ମ ରୁ ୮ମ ଖାତିଗୁଡା ଜବାହାର ନବୋଦୟ ବିଦ୍ୟାଳୟ, ୯ମ ଶ୍ରେଣୀ ଝାରଖଣ୍ଡ ରାଜ୍ୟର ଦେଓଘର ଜବାହର ନବୋଦୟ ବିଦ୍ୟାଳୟ, ୧୦ମ ଶ୍ରେଣୀ ଇନ୍ଦ୍ରାବତୀର ଖାତିଗୁଡା ଜବାହାର  ନବୋଦୟ ବିଦ୍ୟାଳୟରେ ଶେଷ କରିଥିବା ବେଳେ ଯୁକ୍ତ ୨ କୋରାପୁଟ ନବୋଦୟ ବିଦ୍ୟାଳୟ, ଯୁକ୍ତ ୩ ଭବାନୀପାଟଣା ର  ସ୍ବୟଂଶାସିତ ମହାବିଦ୍ୟାଳୟ ଓ ଭୁବନେଶ୍ୱରର ବାଣୀବିହାର ଉତ୍କଳ ବିଶ୍ଵବିଦ୍ୟାଳୟରେ ଭୂଗୋଳରେ ସ୍ନାତୋକାତ୍ତର ଶେଷ କରିଛନ୍ତି । ସେ ପ୍ରଥମେ ୨୦୧୭ମସିହାରେ ଓସିଏସ ପରୀକ୍ଷା ଦେଇଥିଲେ, ହେଲେ ସେତେବେଳେ ତାଙ୍କୁ ବିଫଳତାର ସ୍ୱାଦ ଚାଖିବାକୁ ପଡିଥିଲା । ତଥାପି ସେ ନିରାଶ ନହୋଇ ମନୋବଳକୁ ଦୃଢ କରି କଠିନ ପରିଶ୍ରମ କରିଥିଲେ ଓ ୨୦୨୨ ବର୍ଷ ପୁଣିଥରେ  ପରୀକ୍ଷାକୁ ଓହ୍ଲାଇଥିଲେ । ହେଲେ ଚଳିତ ବର୍ଷ ବିଫଳତା ତାଙ୍କ ପରିଶ୍ରମ ପାଖରେ ହାର ମାନିବାକୁ ବାଧ୍ୟ ହୋଇଥିଲା ଓ ସେ  ୬୨୩ ରିୟାଙ୍କ ସହ ସଫଳତାକୁ ସ୍ପର୍ଶ କରିବାରେ ସକ୍ଷମ ହୋଇଛନ୍ତି। ପ୍ରିୟଦର୍ଶିନୀଙ୍କ ବାପା ବର୍ତ୍ତମାନ ଝରିଗାଁ ବ୍ଲକ ଇଚ୍ଛାପୂର ପଞ୍ଚାୟତ ଅଧିନ ମୁଣ୍ଡିମାଳ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି ଓ ମା ଯଶୋବନ୍ତି ପୂଜାରୀ ଗୃହିଣୀ । ପ୍ରିୟଦର୍ଶିନୀ ଏକ ମଧ୍ୟବିତ୍ତ ପରିବାର ସାଙ୍ଗକୁ ଏକ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳରେ ବଢିଥିଲେ ମଧ୍ୟ ଉଚ୍ଚ ଶିକ୍ଷା ପ୍ରାପ୍ତ କରିବାର ଯେଉଁ ଲାଳସା ରହିଛି ଓ ଉଚ୍ଚ ଶିକ୍ଷା ପ୍ରାପ୍ତି ପାଇଁ ଯେଉଁ ପରିଶ୍ରମ କରୁଛନ୍ତି ତାହା ବର୍ତ୍ତମାନ ସମସ୍ତ ଶିକ୍ଷିତ ଯୁବ ବର୍ଗଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି | ତାଙ୍କର ଏହି ସଫଳତା କେବଳ ତାଙ୍କ ନିଜସ୍ୱ ସଫଳତା ନୁହେଁ ବରଂ ଅଞ୍ଚଳବାସୀଙ୍କ ସଫଳତା ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି | ତାଛଡା ତାଙ୍କର ଏହି ସଫଳତା ପଛରେ ତାଙ୍କ ପିତାମାତା, ଗୁରୁଜନ, ଶିକ୍ଷକ ଶିକ୍ଷୟତ୍ରୀ ତଥା ସାଙ୍ଗସାଥୀ ଓ ବନ୍ଧୁବାନ୍ଧବ ମାନଙ୍କ ମଧ୍ୟ ହାତ ରହିଥିବା ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026

You Might Also Like