-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||     

HOME   ଜିଲ୍ଲା

ଗୁପ୍ତଧନ ପାଇଁ ନରବଳି ସନ୍ଦେହ, ପୂର୍ବରୁ ୩  ଓ ଏବେ ୨ :  ଧର୍ମ ସହିଲାନି  ! ପୁଲିସ୍ ସନ୍ଧାନୀକୁକୁରର ବାରମ୍ବାର ସନ୍ଦିଗ୍ଧର ଘରକୁ ଯିବା ଦୃଢୀଭୂତ କଲା ସନ୍ଦେହକୁ 

19-Oct-2024



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ): ଲାଠୋର ଥାନା ଅନ୍ତର୍ଗତ ଜଲପାଙ୍କେଲ ଗ୍ରାମର ଏକ ନିଖୋଜ୍ ନାବାଳକର ମୃତଦେହକୁ ପରଦିନ ସକାଳେ ନିକଟସ୍ଥ  ଝଲିଆଲିଟି ଗ୍ରାମର ବଡଡୁଙ୍ଗୁରି ଉପରୁ ଠାବ କରାଗଲା ପରେ ପରିବାର ତଥା ଗ୍ରାମବାସୀଙ୍କ ପକ୍ଷରୁ ଏହାକୁ ଏକ ବଳିକାଣ୍ଡ ବୋଲି ଦୃଢ ସନ୍ଦେହ କରାଯାଉଛି। ଏ ସମ୍ପର୍କରେ ଲାଠୋର ଥାନାରେ ଏକ ମାମଲା ଋଜୁ କରାଯାଇ ଶବବ୍ୟବଚ୍ଛେଦ ପୂର୍ବକ ଉକ୍ତ ଗ୍ରାମର ଜଣେ ସନ୍ଦିଗ୍ଧ ଓ ତା'ର ପରିବାରକୁ ଥାନା ଅଟକ ରଖି ପୁଲିସ୍ ପଚରାଉଚୁରା କରୁଛି। ଅଦ୍ୟାବଧି ଶବବ୍ୟବଚ୍ଛେଦ ରିପୋର୍ଟ ମିଳିନାହିଁ । ଏହି ରିପୋର୍ଟ ଆସିଲା ପରେ ଯାଇ ଏହା ଏକ ବଳିକାଣ୍ଡ, ସନ୍ଦିଗ୍ଧ ବ୍ୟକ୍ତିଟି ପ୍ରକୃତ ଆସାମୀ ନା  ନାହିଁ, ଜଣାପଡିବ ।

ଘଟଣାରୁ ପ୍ରକାଶ ଯେ, ଗ୍ରାମର ୫ ମ ଶ୍ରେଣୀରେ ପଢୁଥିବା ତପନ ବେମାଲଙ୍କ ସାନପୁଅ ମଣ୍ଟୁ ଓରଫ ସୋମନାଥ(୧୧) ୧୭ ତାରିଖ ଅପରାହ୍ନ ପ୍ରାୟ ୩ ଟା ବେଳୁ ଘରୁ ବାହାରି ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ଘରଲୋକେ ସବୁଆଡେ ଖୋଜାଖୋଜି କରି ନିରାଶ ହୋଇପଡିବା ପରେ ସେହିଦିନ ରାତିରେ ଯାଇ ସ୍ଥାନୀୟ ଲାଠୋର ଥାନାରେ ଏକ ନିଖୋଜ୍ ଏତଲା ଦେଇଥିଲେ। ପୁଲିସ୍ ମଧ୍ୟ ରାତିସାରା ଖୋଜି ସନ୍ଧାନ ପାଇ ନ ଥିଲା। କିନ୍ତୁ ପରଦିନ ସକାଳେ ପିଲାଟିର ମୃତଦେହଟି ନିକଟସ୍ଥ ଝଲିଆଲିଟି ଗ୍ରାମର ବଡଡୁଙ୍ଗୁରି ପାହାଡ ଉପରେ ପଡିଥିବା ଠାବ କରାଯାଇଥିଲା। ସେଠାରେ ପିଲାଟିର ଶବ ଉପରକୁ ମୁହଁକରି ପ୍ୟାଣ୍ଟସାର୍ଟ ପିନ୍ଧି ପାଖରେ ତା'ର ଚପଲ ରଖାଯିବା ଅବସ୍ଥାରେ ପଡିଥିବା ବେଳେ ମୁଣ୍ଡ ପଛପଟେ ଗଭୀର କ୍ଷତ ସହ ଛାତି, ପେଟରେ ସାମାନ୍ୟ ଆଘାତ ସହ କାନ ପାଖରେ ବି ରକ୍ତ ଲାଗିଥିଲେ ହେଁ ଅନ୍ୟ କେଉଁଠାରେ ହତ୍ୟା କରାଯାଇ ସେଠାରେ ଆଣି ପକାଯାଇଥିବା ଭଳି ଜଣାପଡୁଥିବା ଓ ନିକଟରେ ଏକ ଅଧାଖୋଳା ଗାତ ଥିବା ଦେଖଣାହାରୀଙ୍କ ସୂତ୍ରରୁ ପ୍ରକାଶ। କିଛିବର୍ଷ ପୂର୍ବରୁ ସେଇଠାରୁ ଉଦ୍ଧାର କରାଯାଇଥିବା ଗ୍ରାମର ଅନ୍ୟଜଣେ ପିଲାର ଗଳିତ ମୃତଦେହକୁ ମଧ୍ୟ ଉପଯୁକ୍ତ ତଦନ୍ତ କରାଯାଇ ନଥିଲେ ହେଁ ଓ ଅନ୍ୟାନ୍ୟ କାରଣରୁ ପରିବାର ଓ ଲୋକଙ୍କ ପକ୍ଷରୁ ଏହାକୁ ବଳି ଚଢାଯାଇଥିବା ଓ ପଡୋଶୀ ନୂଆପଡା ଜିଲ୍ଲାର କୋମନା ଥାନାଅନ୍ତର୍ଗତ ଚାଉଲଡିଆ ଗ୍ରାମରୁ ଏପରି ଏକାଧିକ ନରବଳି ଅଭିଯୋଗର ସନ୍ଦେହରେ ତଡାଖାଇ ଆସି ତାଙ୍କ ଗ୍ରାମରେ ରହୁଥିବା ଜଣେ ସନ୍ଦିଗ୍ଧ ବ୍ୟକ୍ତି ଉପରେ ସନ୍ଦେହ ଦୃଢୀଭୂତ ହୋଇଥିଲା। ପୁଲିସ୍ ପ୍ରଥମେ ଉକ୍ତ ସନ୍ଦିଗ୍ଧବ୍ୟକ୍ତିକୁ ଥାନାକୁ ନେଇ ରାତିରେ ଛାଡିଦେଇଥିବା କୁହାଯାଉଛି ।

 ଏଣୁ ଗ୍ରାମବାସୀମାନେ ତାକୁ ଗିରଫ ଦାବିକରି ଲାଠୋର- ଖପ୍ରାଖୋଲ ରାସ୍ତା ଅବରୋଧ କରିଥିଲେ। ସେଠାରେ ଲାଠୋର ଥାନାର ଜଣେ ଏଏସଆଇ ୟାଡୁ ସ୍ୟାଡୁ କହିବାରୁ ଉତ୍ତ୍ୟକ୍ତ ଲୋକମାନେ ତାଙ୍କୁ ମାଡ ମାରିଥିବା ପ୍ରକାଶ ।

ତେବେ ପୁଲିସ୍ ଭବାନୀପାଟଣାରୁ ଡଗ୍ ସ୍କ୍ବାର୍ଡ ମଗାଇ ତଦନ୍ତ କଲାବେଳେ ପୁଲିସ୍ କୁକୁରଟି ଘଟଣାସ୍ଥଳରୁ ଉକ୍ତ ସନ୍ଦିଗ୍ଧ ବ୍ୟକ୍ତିର ଘରକୁ ବାରମ୍ବାର ଯାଇଥିଲା। ଏଣୁ ପୁଲିସ୍ ଉକ୍ତ ସନ୍ଦିଗ୍ଧବ୍ୟକ୍ତିକୁ ସପରିବାର ଥାନାକୁ ନେଇ ଅଟକ ରଖି ପଚରାଉଚୁରା କରୁଛି ।

ଉଲ୍ଲେଖନୀୟ ଯେ, ୧୧ ବର୍ଷତଳେ ୨୦୧୩ ରେ ମଧ୍ୟ ଏଇ ପାହାଡ଼ ଉପରୁ ଗ୍ରାମର ସୋନୁ ରଣାଙ୍କ ପୁଅ ମଧୁ(୧୮) ର ଗଳିତ ମୃତଦେହକୁ ଉଦ୍ଧାର କରାଯାଇଥିଲା। ତେବେ କେତେକ ଏହାକୁ ବଳି ସନ୍ଦେହ କରୁଥିଲେ ହେଁ, ଚତୁରତାର ସହିତ ହତ୍ୟାକାରୀ ଏହାକୁ ଗ୍ରାମର ଜଣେ ଝିଅ ସହ ପ୍ରେମଜନିତ ଆତ୍ମହତ୍ୟା ବୋଲି ପ୍ରଚାର କରି ପ୍ରକୃତଘଟଣାକୁ ଭିନ୍ନମୋଡ ଦେଇ ଚପାଇ ଦେବାରେ ସଫଳ ହୋଇଥିବା କୁହାଯାଉଛି ।

ସେ ଯାହାହେଉ, ଏଇ ଘଟଣାରେ ଘର ଭିତରେ ଘରେ ପୂଜାପାତି କରୁଥିବା ଦେବୀ ସମ୍ମୁଖରେ  ଗୁପ୍ତଧନ ବା  ଅନ୍ୟ କୌଣସି ଅଭୀଷ୍ଟ ସିଦ୍ଧି ଉଦ୍ଦେଶ୍ୟରେ ବଳି ଦିଆଯାଇ ପରେ ରାତିରେ ପୁଲିସ୍ ଛାଡିଦେବାରୁ ଆସି ପାହାଡ ଉପରେ ପୋତି ନପାରି ଗାତ ଖୋଳିଥିଲେ ହେଁ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ସଂପ୍ରତି ଲାଠୋର ଥାନାରେ ସନ୍ଦିଗ୍ଧ ବ୍ୟକ୍ତି, ତା'ର ପତ୍ନୀ, ବୋହୁ, ଭାଇ ଓ ଅନ୍ୟଜଣେ ମେହେର ଲୋକକୁ ଅଟକ ରଖି ପଚରାଉଚୁରା ଚାଲିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026

You Might Also Like