-+91-9937148622 |
prerana_bgr@rediffmail.com |
Tuesday 30th June 2026 |
R.N.I. Regd No. ODIODI/2010/46693
Breaking News
07-Oct-2020
ନୟାଗଡ ,07/10(Pradip Panda)ଦିର୍ଘଦିନଧରି ନୟାଗଡ ହାଉସିଂବୋର୍ଡ଼ ନିକଟରେ କେନ୍ଦ୍ରୀୟ ବିଦ୍ୟାଳୟ ର ବିଲଡିଙ୍ଗ କାର୍ଯ୍ୟ ଚାଲିଥିଲା | ବହୁଦିନ ର ପ୍ରତୀକ୍ଷା ର ଅନ୍ତ ଘଟିଛି | ନୟାଗଡ଼ କେନ୍ଦ୍ରୀୟ ବିଦ୍ୟାଳୟ ବର୍ତମାନ ସମ୍ପୂର୍ଣ ଭାବେ ପ୍ରସ୍ତୁତି ସରିଛି | ଆସନ୍ତାକାଲି ଏହି ବିଦ୍ୟାଳୟ ର ଉଦଘାଟନ ହେବାର ସମସ୍ତ ପ୍ରସ୍ତୁତି ସରିଛି | ସୂଚନାମୁତାବକ ଏହି ଉଦଘାଟନ ଉତ୍ସବ ରେ ଅଧକ୍ଷତା କରିବେ ନୟାଗଡ଼ ଜିଲ୍ଲା ପାଳ ଡ଼. ପୋମା ଟୁଡୁ | କୋଭିଡି କଟକଣା କୁ ସମ୍ମାନ ଦେଇ ଭିଡ଼ିଓ କନଫ୍ରେସିଙ୍ଗ (VC) ମାଧ୍ୟମରେ ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରୀୱାଲ, ରାଷ୍ଟ୍ର ମନ୍ତ୍ରୀ ସଞ୍ଜୟ ଧୋତ୍ରେ ଯୋଗ ଦେବାକୁ ଥିବାବେଳେ ବିଶିଷ୍ଟ ଅତିଥି ଭାବେ ରାଜ୍ୟ କୃଷି ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ଼. ଅରୁଣ ସାହୁ, ସାଂସଦ ପିନାକୀ ମିଶ୍ର, କେନ୍ଦ୍ର ସରକାର ଙ୍କ ବିଦ୍ୟାଳୟ, ଶିକ୍ଷା ଓ ସାକ୍ଷରତା ବିଭାଗ ସଚିବ ଅନିତା କରୱାଲ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ସଚିବ ନିଧି ପାଣ୍ଡେ ପ୍ରମୁଖ ଯୋଗଦାନ ଦେବାର କାର୍ଯ୍ୟକ୍ରମ ରହିଛି | ଏହି ସୂଚନା ମିଳିବା ପରେ ବୁଦ୍ଧିଜୀବୀ ମହଲ ରେ ଖୁସିର ବାତାବରଣ ଖେଳିଯାଇଛି |