-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ଜିଲ୍ଲା

ଭୀମଭୋଇ ମେଡିକାଲ କଲେଜ, ହସ୍‌ପିଟାଲକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯାଉ    

07-Oct-2020



ବଲାଙ୍ଗିର,ତା.୦୭/୧୦ : ସ୍ଥାନୀୟ ଅଭିଭାବକ ମଂଚ ବଲାଙ୍ଗିରର ଏକ ସ୍ୱତନ୍ତ୍ର ବୈଠକ ସଭାପତି ଧର୍ମବ୍ରତ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । କୋଭିଡ୍ ନିୟମ ପାଳନ ପୂର୍ବକ ଆବଶ୍ୟକ ଦୂରତ୍ୱ ରକ୍ଷା କରି ଉପ-ସଭାପତି ପ୍ରଶନ୍ନ ମିଶ୍ର, ସଂପାଦକ ଗୋବିନ୍ଦ ମିଶ୍ର ତଥା କାର୍ଯ୍ୟକାରୀ କମିଟି ସଭ୍ୟ ହରେକୃଷ୍ଣ ପଟେଲ, ପୁରୁଷୋତ୍ତମ ଦାଶ ଏବଂ ଅନ୍ୟାନ୍ୟ ସଦସ୍ୟ  ବୈଠକରେ ଯୋଗଦାନ କରିଥିଲେ । ପ୍ରାରମ୍ଭରେ କୋଭିଡ୍ ମହାମାରିରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିବିଶେଷଙ୍କ ସ୍ୱର୍ଗତ ଆତ୍ମାର ସତ୍‌ଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଆଲୋଚନା ଆରମ୍ଭରେ ନୂତନ ଜିଲ୍ଲାପାଳ ଚଞ୍ଚଳ ରଣା କୋଭିଡ୍ ପରିଚାଳାନା କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ଭାବରେ ଅନୁଧ୍ୟାନ କରୁଥିବାରୁ କୋଭିଡ୍ ଟେଷ୍ଟିଂ ବ୍ୟବସ୍ଥା ତଥା ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଅଧିକ ଗତିଶିଳତା ଆସିଥିବା ମତପ୍ରକାଶ ପାଇଥିଲା । ଏବେ ସର୍ଭେ କାମ ଜାରି ରହିଥିବା ବେଳେ ବିଭିନ୍ନ ୱାର୍ଡର କିଛି ଅଂଚଳକୁ ସଂପୃକ୍ତ କର୍ମୀମାନେ ଛାଡି ଦେଇଥିବା ଏବଂ ବ୍ୟାପକ କୋଭିଡ୍ ଟେଷ୍ଟ ପାଇଁ କୌଣସି ବ୍ୟବସ୍ଥା ନ ଥିବାରୁ ଜିଲ୍ଲାର ବାସ୍ତବ କରୋନା ସଂକ୍ରମିତଙ୍କ ସଂଖ୍ୟା ଜାଣିବା ଏକ କଷ୍ଟକର ବ୍ୟପାର ହୋଇପଡିଛି । ଏବେ ଘରେ ଆବଦ୍ଧଥିବା ଜିଲ୍ଲାର ବରିଷ୍ଠ ନାଗରିକଗଣ ତଥା ହୋମ୍ ଆଇସୋଲେସନରେ ଥିବା ବ୍ୟକ୍ତିବିଶେଷଙ୍କୁ ଡାକ୍ତର ତଥା ସ୍ୱାସ୍ଥ୍ୟକର୍ମୀଙ୍କ ମାଧ୍ୟମରେ ନିୟମିତ ସ୍ୱାସ୍ଥ୍ୟସେବା ଯୋଗାଇବା ଜରୁରି ହୋଇପଡିଲାଣି । କୋଭିଡ୍ ହସ୍‌ପିଟାଲ ତଥା ଆଇସୋଲେସନ ୱାର୍ଡରେ ସିସି ଟିଭି ଲଗାଇବା ଏବଂ ରୋଗୀଙ୍କ ସ୍ଥିତି ସଂପର୍କରେ ପରିବାର ସଦସ୍ୟଙ୍କୁ ନିରନ୍ତର ତଥ୍ୟ ପ୍ରଦାନ କରିବା ବ୍ୟବସ୍ଥାକୁ କଡା କଡି ଭାବରେ ପାଳନ କରିବା ପାଇଁ ସଭାରେ ଦାବି ହୋଇଥିଲା । କେନ୍ଦ୍ର ସରକାର ଓଡିଶା ସମେତ ୭ଟିି ସବୁଠାରୁ ବିପର୍ଯ୍ୟସ୍ତ ରାଜ୍ୟମାନଙ୍କୁ ହାଇ ଫୋକସ୍ ଦେଇଛନ୍ତି । ଏ ନେଇ ଓଡିଶାକୁ ଆର୍ଥିକ ସାହଯ୍ୟ ଦେବା ସହ ୫୬୭ଟି ଭେଣ୍ଟିଲେଟର ପ୍ରଦାନ କରିଛନ୍ତି । ଖବର ଅନୁଯାୟୀ ବଲାଙ୍ଗିର ସମେତ ୭ଟି ଜିଲ୍ଲାର ଅବସ୍ଥା ଗୁରୁତର ଅଛି । ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ ଉପରେ ବଲାଙ୍ଗିର ସମେତ ୫ଟି ଜିଲ୍ଲାର ଜନସାଧାରଣ ନିର୍ଭର କରୁଥିବାରୁ କେନ୍ଦ୍ର ସହାୟତାରେ ଏହାକୁ ଅଧିକ ଶଶକ୍ତ କରିବା ଜରୁରି ହେଲାଣି । ଏବେ ଭିମ୍‌ସାରରେ ଅତ୍ୟାଧୁନିକ କୋଭିଡ୍ ହସପିଟାଲ କାର୍ଯ୍ୟକ୍ଷମ ହୋଇଯିବ । ଫେବୃୟାରୀ ସୁଦ୍ଧା ସେଠାରେ ୧୫୦ କୋଟି ଟଙ୍କା ବ୍ୟୟରେ ସୁପର ସ୍ପେସାଲିଟି ବିଭାଗ ସ୍ଥାପନ ହୋଇ ଚିକିତ୍ସା ହେବା ଆରମ୍ଭ ହୋଇଯିବ । ଏପରି ସ୍ଥଳେ ପଶ୍ଚିମ ଓଡିଶାର ଅନ୍ୟତନ ଗୁରୁତ୍ୱପୂର୍ଣ୍ଣ ହସ୍‌ପିଟାଲ ଭୀମ ଭୋଇ ମେଡିକାଲ ହସ୍‌ପିଟାଲକୁ ଅଣଦେଖା କରାଯାଇ ପାରିବ ନାହିଁ । ସାଂସଦ ପାଣ୍ଠିରୁ ବରଗଡ, ଝାରସୁଗୁଡା, ସମ୍ବଲପୁର ଜିଲ୍ଲାକୁ ୨ଟି ଲେଖାଏଁ ଭେଣ୍ଟିଲେଟର ଆମ୍ବିଲାନ୍ସ ଦେବା ପାଇଁ ସୁପାରିଶ ହୋଇଛି । ଏପରି ବ୍ୟବସ୍ଥା ଅନ୍ୟାନ୍ୟ ଜିଲ୍ଲାମାନଙ୍କ ପାଇଁ ମଧ୍ୟ ଗ୍ରହଣ କରାଯାଉ । ଉପରୋକ୍ତ ସମସ୍ତ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବା ପାଇଁ ସଭାରେ ନିଷ୍ପତ୍ତି ହୋଇଥିଲା । ଶେଷରେ ସଂପାଦକ ଗୋବିନ୍ଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like