-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
18-Oct-2024
କଣ୍ଟାମାଳ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର କଣ୍ଟାମାଳ ରେ ପୂର୍ବ ଛାତ୍ର ଛାତ୍ରୀ ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମାନନୀୟ ଶ୍ରୀଯୁକ୍ତ ସନ୍ତୋଷ କୁମାର୍ ବିଶି ଦୀପ ପ୍ରଜ୍ଵଳନ କରି ଉଦ୍ଘାଟନ କରିଥିଲେ । ମୁଖ୍ୟ ବକ୍ତା ଭାବେ ବୌଦ୍ଧ ଜିଲ୍ଲା ପ୍ରମୁଖ କର୍ତ୍ତିକେଶ୍ୱର୍ ବେହେରା ଉପସ୍ଥିତ ରହି ସ୍ବାବଲମ୍ବୀ ଭାରତ ଗଠନରେ ପୂର୍ବ ଛାତ୍ର ଛାତ୍ରୀଙ୍କୁ ଭୂମିକା ବିଷୟରେ ମାର୍ଗ ଦର୍ଶନ କରିଥିଲେ । ପରିଚାଳନା ସମିତିର କୋଷାଧ୍ୟକ୍ଷ ନେତ୍ରାନନ୍ଦ ସାହୁ ଉପସ୍ଥିତ ଥିଲେ । ପ୍ରଧାନ ଆଚର୍ଯ୍ୟ ଭଗବାନ ମନହିରା ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ଓ ପଦ୍ମା ବସ୍ତିଆ ମଞ୍ଚ ପରିଚାଳନା କରିଥିଲେ। ପୂର୍ବ ଛାତ୍ର ପରିଷଦ ଗଠନ କରାଯାଇ ବିଭିନ୍ନ ଦାୟିତ୍ଵ ଦିଆ ଯାଇଥିଲା। ଶିଶୁ ଭଉଣୀମାନେ ନୃତ୍ୟ ପରିବେଷଣ ଓ ସ୍ବାଗତ ସଙ୍ଗୀତ ଗାନ କରିଥିଲେ। ଶେଷରେ କୋଷାଧ୍ୟକ୍ଷ ନେତ୍ରାନନ୍ଦ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ଓ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ।