-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
18-Oct-2024
(ଡୋଲେଶ୍ୱର ବାଗ )
ନୂଆପଡ଼ା ଜିଲ୍ଲା ଖଡିଆଳ ବନଖଣ୍ଡ ଅଧିକାରୀ କାର୍ଯ୍ୟାଳୟ ପରିସର ମଧ୍ୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଅଛି। ଦାବ୍ରୀ ଗ୍ରାମ ନିକଟସ୍ଥ ଜଙ୍ଗଳ ରେ ଦୁଇ ବର୍ଷ ପୂର୍ବେ ଫାସ୍ ଲଗାଇ କଲରାପତରିଆ ବାଘ cଧରିଥିଲେ। ସେହି ବାଘ କୁ ଟାଙ୍ଗିଆ ରେ ହତ୍ୟା କରି ଛାଲ ବାହାର କରିଥିଲେ। ପରେ ବାଗ ଛାଲ କୁ କାଢି ମାଂସକୁ ସେଠାରେ ନଷ୍ଟ କରିଛନ୍ତି। ସେହିପରି ଘଟଣା ସ୍ଥଳ ରୁ ବନ୍ୟ ପ୍ରାଣୀ ଙ୍କ ଶରୀର ବିଭିନ୍ନ ଅଙ୍ଗ ଜବତ୍ କରିଥିବା ସମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି। ଶମ୍ବର ସିଂଘ, ହେଟା ବାଘ ର ଦାନ୍ତ ତଳ ମାଢ଼ି, ଚିଲ ପକ୍ଷୀ ର ପର, ଦେଶି ବନ୍ଧୁକ, ଅଗ୍ନି ଜାଳିବା ସାମଗ୍ରୀ, ତିନି ଗୋଟି ଧନୁ ତିର ଆଦି ସାମଗ୍ରୀ ଜବତ କରିଛନ୍ତି। ଦାବ୍ରୀ ଗ୍ରାମର ଦୁଇ ଗୋଟି ଘର କୁ ସର୍ଚ୍ଚ କରିଥିଲେ। ସେଠାରୁ ବନ୍ୟ ପ୍ରାଣୀଙ୍କ ଶରୀର ଅଙ୍ଗ ଜବତ୍ କରି ଥିବାବେଳେ ଶାଗୁଆନ କାଠ ମଧ୍ୟ ଜବତ୍ କରିଛନ୍ତି। ପାଞ୍ଚ ଅଭିଯୁକ୍ତ ହେଲେ ଟିକଚନ ମାଝୀ ୨୬ ବର୍ଷ, ଜୟରାମ ମାଝୀ ୪୪ ବର୍ଷ, ଗୋରେଖ ଲାଲ ୬୫, ପୂର୍ଣ୍ଣ ମାଝୀ ୨୩ ବର୍ଷ, ସାଚିନ୍ଦ୍ର ମାଝୀ ୧୯ ବର୍ଷ ବୋଲି ଜଣାପଡିଛି। ପାଞ୍ଚ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଦୁଇ ଜଣ ଫେରାର ଥିବା ଜଣାପଡିଛି। ବନ୍ ବିଭାଗ କର୍ମଚାରୀ।