-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
16-Oct-2024
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ଜିଲ୍ଲା ପଦ୍ମପୁର ଅନର୍ଗତ କୁମୁନିବାହାଲି ଗ୍ରାମରେ ଲକ୍ଷେଘର ଗଣ୍ଡା ସମାଜ ସଭାପତି ଜସପାଲ କୁମ୍ଭାରଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ମହୁଳପାଲି ଓ ଡ଼ଙ୍ଗାଘାଟ ପଞ୍ଚାୟତର ଯୁବକ ବୟୋଜ୍ୟେଷ୍ଠ ବୁଦ୍ଧିଜୀବୀ ମାନେ ଏହି ସଭାରେ ଯୋଗ ଦେଇଥିଲେ । ଏହି ସଭାରେ ଡ଼ଙ୍ଗାଘାଟ ଓ ମହୁଳପାଲି ପଞ୍ଚାୟତର ଯୁବକ ମାନଙ୍କୁ ନେଇ ଏକ ସଂଗଠନ ତିଆରି କରାଯାଇଅଛି । ସ୍ୱାସ୍ଥ୍ୟ ଶିକ୍ଷା ପରିବେଶ ଉପରେ ବିଶେଷ ଧ୍ୟାନ ଦେଇ କରି କାମ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ନିଜ ଭିତରେ ଭାଇ ଚାରା ଏକତା ରଖିବା ପାଇଁ ସଭାରେ ଆଲୋଚନା ହୋଇଥିଲା ।ଏହି ସଭାରେ ଅତିଥି ଭାବେ ସାମ୍ବାଦିକ ଗୋପବନ୍ଧୁ ଶିକା, ଜଗନ୍ନାଥ ଲୁହାର, ଉମେଶ ସୁନା ଯୋଗ ଦେଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଅଶ୍ୱିନୀ ହଂସ, ପ୍ରଶାନ୍ତ ରାଜହଂସ, କୌଲାସ ହଂସ, ଦୀପକ କୁମ୍ଭାର, ରାଧାକାନ୍ତ କୁମ୍ଭାର ସୁରଥ ବାଗ, ବିକାଶ ସୁନାଙ୍କ ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ସମାପନ ହୋଇଥିଲା।