-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
14-Oct-2024
ବଲାଙ୍ଗୀର: ମାଁ ଦଶମତି ଯୁବଗୋଷ୍ଠି ଓ ସାଂକୃତିକ କଲାପରିଷଦ ପକ୍ଷରୁ ରବିବାର ଦିନ ଆଗଲପୁର ବ୍ଲକ କଣ୍ଟାପାଲିରେ ନୂଆଖାଇ ଭେଟଘାଟ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୂଆଁଖାଇ ହେଉଛି ପଶ୍ଚିମ ଓଡ଼ିଶାର ଏକ କୃଷଭିତ୍ତିକ ପର୍ବ।ଏକ ଭାଇଚାରାର ପର୍ବ।ଏହି ମହାନ ପର୍ବର ସନ୍ଦେଶ ସମସ୍ତଙ୍କ ପାଖକୁ ପହଞ୍ଚାଇବା ପଶ୍ଚିମ ଓଡ଼ିଶାରେ ବସବାସ କରୁଥିବା ସମସ୍ତଙ୍କ କର୍ତ୍ତବ୍ୟ। ଏଣୁ ନୂଆଁଖାଇ ପର୍ବ ସମାପ୍ତି ହୋଇଥିଲେ ହେଁ ଏହାକୁ ମନେ ପକାଇବା ପାଇଁ ବର୍ଷ ର ବିଭିନ୍ନ ସମୟରେ ନୂଆଁଖାଇ ଭେଟଘାଟ ପାଳନ ହୋଇ ଥାଏ। ସେହିଭଳି ଦଶମତି ମାଁ ଙ୍କ ନାମରେ ନାମିତ ଅନୁଷ୍ଠାନର ଯୁବ ଗୋଷ୍ଠୀ ମାନଙ୍କ ଉଦ୍ୟମରେ କଣ୍ଟାପାଲିରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ଯାହାକି ସ୍ବାଗତଯୋଗ୍ୟ।ଏହି କାର୍ଯ୍ୟକ୍ରମରେ ଆଇନ ବିଶାରଦ ଜୟରାମ ମିଶ୍ର ମୁଖ୍ୟ ଅତିଥି ଓ ଶିଶୁ ସୁରକ୍ଷା ୟୁନିଟର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତି ଓ ସନାତନ ବେହେରା ସମ୍ମାନିତ ଅତିଥିଭାବରେ ଯୋଗ ଦେଇଥିଲେ।ଅଧ୍ୟାପିକା କଲ୍ୟାଣୀ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ମଦ ବିରୋଧ ରେ ଏକ ସୁନ୍ଦର ଉପସ୍ଥାପନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟ୍ୟରେ ପୂର୍ବତନ ଗ୍ରାମ୍ୟ ସଭାପତି ନୀଳମଣି ପଧାନ, ବେଣୁଧର ନାଏକ, ରାଜକୁମାର ସାହୁ, ରାଧେଶ୍ୟାମ ସାହୁ,ବୃଷଭ ପଧାନ ପ୍ରମୁଖ ଯୋଗ ଦେଇଥିଲେ।ପାରମ୍ପରିକ
ଗୀତ ନୃତ୍ୟ ଡାଲଖାଇ, ରସରକେଳି ମାଏଲାଜଡ଼ ନୃତ୍ୟରେ ମଞ୍ଚ ଦୁଲୁକି ଉଠିଥିଲା।କୁନି କୁନି କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ଏହି ଅବସରରେ ମ୍ୟୁଜିକ ଚେୟାର, ଲଡ଼ୁଖିଆ, ସାଧାରଣ ଜ୍ଞାନ ଭଳି ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ସନ୍ତୋଷ ବିଶି ମଞ୍ଚ ପରିଚାଳନା କରିଥିବା ବେଳେ ଜିତୁ ସାହୁ ସହଯୋଗ କରି ଥିଲେ। ମାଁ ଦଶମତି ଯୁବଗୋଷ୍ଠୀର କୈଳାଶ ପଧାନ,ମିଳୁ ସାହୁ,ଜିଲୁ ସାହୁ, ରଜତ ବିଶ୍ୱାଳ,ବଳୁ ପଧାନ,ନୀଳମାଧଵ ସାହୁ ବିଦ୍ୟାଧର ନାଏକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।