-+91-9937148622 |
prerana_bgr@rediffmail.com |
Thursday 20th August 2026 |
R.N.I. Regd No. ODIODI/2010/46693
Breaking News
05-Jan-2021
ଲୋଇସିଂହା, (ବିନୋଦ କୁମାର ଦୀପ ): ବିଜେପି ନେତା ତଥା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂ ବରାଳଙ୍କ ହତ୍ୟା ଘଟଣାରେ ଆଜି ଲୋଇସିଂହା ବିଜେପି ପକ୍ଷରୁ ମାହାଙ୍ଗା ବିଧାୟକ ତଥା ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କୁ ଦାୟୀ କରି ଥାନା ଘେରାଓ କରାଯାଇଛି l ତା ସହ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶପୁତୁଲା ଦାହ କରା ଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା l ପ୍ରତାପ ଜେନାଙ୍କୁ ଯଥାଶୀଘ୍ର ଗିରଫ ଲାଗି ବିଜେପି ପକ୍ଷରୁ ଲୋଇସିଂହା ଥାନାଧିକାରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି l ଥାନା ଘେରାଓ ବେଳେ ବିଜେପିର ଯୁବମୋର୍ଚ୍ଚା ବୁଲୁ ବାଦୀ, ବହାଦୁର ନନ୍ଦ, ଗୌରାଙ୍ଗ ନାଏକ, ଗୌତମ କୁଅଁର, ସୋମନାଥ ପଧାନ, ଭୂତନାଥ ନାଏକ, ଶଙ୍କର୍ଷଣ ସାହୁ, ଅନ୍ତର୍ଯ୍ୟାମୀ ବିଶ୍ୱାଳ ପ୍ରମୁଖ ସାମିଲ ଥିଲେ l