-+91-9937148622 |
prerana_bgr@rediffmail.com |
Thursday 12th March 2026 |
R.N.I. Regd No. ODIODI/2010/46693
Breaking News
14-Oct-2024
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ଜିଲ୍ଲା ବିଜେପୁର ସ୍ଥିତ ଦୁର୍ଗା ମଣ୍ଡପ ଠାରେ ଶାରଦୀୟ ପୂଜା ଦିର୍ଘ ୧୧ ଦିନ ଧରି ମାଁଙ୍କ ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଧମାତା,କାତ୍ୟାୟିନୀ, କାଳରାତ୍ରୀ,ମହାଗୈାରୀ ଏବଂ ସିଦ୍ଧିଦାତ୍ରୀ ବେଶରେ ବିଧିବିଧାନ ମୁତାବକ ପୂଜା ପାଇଲା ପରେ ଦଶମୀ ତିଥିରେ ରେ ମାଁ ରାଜରାଜେଶ୍ୱରୀଙ୍କ ପୂଜାନୋତ୍ସବ ମହାସମାରୋହରେ ପାଳନ କରାଯାଇଥିଲା।ପ୍ରତ୍ୟହ ସାନ୍ଧ୍ୟ ରଜନୀରେ ଲୋକକଳା,ଲୋକ ସଂସ୍କୃତି,ଲୋକ ଗୀତ ତଥା ଲୋକନୃତ୍ୟ ଆଧାରିତ ଅନୁଷ୍ଠିତ ହୋଇଥିଲା। ଲୋକଙ୍କ ମନୋରଞ୍ଜନ ପାଇଁ ସୁଦୂର କଟକରୁ ଶ୍ରୀକ୍ଷେତ୍ର ଗଣନାଟ୍ୟ ପ୍ରତ୍ୟହ ରଜନୀରେ ବିଭିନ୍ନ ପ୍ରକାରର ଅନୁସନ୍ଧାନ ମୂଳକ ନାଟକ ମଞ୍ଚସ୍ଥ କରିଥିଲେ।
ଆଜି ସକାଳେ ମାଁ ଦୁର୍ଗାଙ୍କୁ ବହୁ ଦୁଃଖଭରା ଭାବେ ବିଜେପୁର ବାସୀ ମେଳାଣୀ ଦେଇଥିଲେ।ମେଳାଣୀ ବେଳେ ବିଜେପୁର ବ୍ଲକର ମସନା ବାହାଲର ପଞ୍ଚବାଦ୍ୟ, ବିଜେପୁରର ବେଣ୍ଡବାଜା, ଗାୟତ୍ରୀ ଡିଜେସାଉଣ୍ଡ ବିଜେପୁର,ଜୁଖିପାଲିର ଦୁଲଦୁଲି ବାଦ୍ୟ, ଗାଇସିଲେଟ ବ୍ଲକର ଭୁତିବାହାଲ ର ପରଭା ନୃତ୍ୟର ତାଳେତାଳେ ବିଜେପୁର ସହରର ସାରା ମାଁ ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମୂର୍ତ୍ତି ପରିକ୍ରମା କରାଯାଇଥିଲା।
ଚଳିତ ବର୍ଷ ଶାନ୍ତି ଶୃଙ୍ଖଳାରେ ଶାରଦୀୟ ଦୁର୍ଗାପୂଜା ପାଳନ ହୋଇଥିବାରୁ ବିଜେପୁର ଅଞ୍ଚଳବାସୀଙ୍କୁ ପୂଜା କମିଟିର ସଭାପତି ବିଜେପୁର ଜମିଦାର ତଥା ବିଜେପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ସନତ କୁମାର ଗଡତୀୟା, ସମ୍ପାଦକ ଜନାର୍ଦ୍ଦନ ପାଣିଗ୍ରାହୀ,ସହ ସମ୍ପାଦକ ପାଣ୍ଡବ ପଧାନ, କୋଷାଧ୍ୟକ୍ଷ ଗଙ୍ଗାଧର ପଧାନ,ସହ କୋଷାଧ୍ୟକ୍ଷ ଅଜିତ ସାହୁ ତଥା ସମସ୍ତ ସଦସ୍ୟ ବୃନ୍ଦ ଧନ୍ୟବାଦ ଜଣାଇବା ସଙ୍ଗେ ସଙ୍ଗେ ଅଞ୍ଚଳବାସୀଙ୍କ ଶୁଭକାମନା କରିଛନ୍ତି।