-+91-9937148622 |
prerana_bgr@rediffmail.com |
Friday 13th March 2026 |
R.N.I. Regd No. ODIODI/2010/46693
Breaking News
13-Oct-2024
ବଲାଙ୍ଗୀର(ପ୍ରେରଣା ଖବର)- ଆଜି ଦଶହରା।ଉତ୍ସବ ମୁଖର ହୋଇ ଉଠିଛି ବଲାଙ୍ଗୀର ସହର।ଶ୍ରଦ୍ଧାଳୁ ଭକ୍ତ ମାନେ ମୃଣ୍ମୟୀ ମାଁ ଦୂର୍ଗା ଙ୍କୁ ଦର୍ଶନ କରି ଆତ୍ମବିଭୋର ହୋଇଛନ୍ତି।ଦଶହରା ଉପଲକ୍ଷେ ରାଧାରାଣୀ ପଡ଼ାର ଉତ୍ସାହୀ ଯୁବକ ମାନେ ଶ୍ରଦ୍ଧାର ସହ ଭକ୍ତ ମାନଙ୍କ ସକାଶେ ପ୍ରସାଦ ବଣ୍ଟନ କରୁଛନ୍ତି।ଗତକାଲି ରାଧାରାଣୀ ପଡ଼ା ଠାରେ କନିକା ପ୍ରସାଦ ରୂପେ ଭକ୍ତ ମାନଙ୍କୁ
ବଣ୍ଟନ କରିଥିଲେ।ପ୍ରାୟ ୮/୧୦ ହଜାର ଭକ୍ତ କନିକା ଭୋଗ ଖାଇ ଆତ୍ମସନ୍ତୋଷ ଅନୁଭବ କରିଥିଲେ।ସେହିଭଳି ଆଜି ମୁଗ ହାଲୱା ପ୍ରସାଦ ରୂପେ ବଣ୍ଟନ କରିଥିଲେ।ମୁଗ ହଲୱା ଏକ ନୂତନ ସୁସ୍ୱାଦୁ ବ୍ୟଞ୍ଜନ ପ୍ରସାଦ ରୂପେ ଭକ୍ତ ମନେ ଖାଇ ଖୁସି ହୋଇଯାଇଥିଲେ।ରାଧାରାଣୀ ପଡ଼ା ରେ ଅଭିନବ ଢଙ୍ଗରେ ପ୍ରସାଦ ବଣ୍ଟନ ଯୁଗଳ କିଶୋର ପାତ୍ର ଙ୍କ ସାହାଯ୍ୟ ଏବଂ ଉଦ୍ଦୀପନା ରେ ସମାହିତ ହୋଇଯାଇଛି।