-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
13-Oct-2024
ବୀରମହାରାଜପୁର,( ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଲା ପଞ୍ଚାୟତ ଅନ୍ତର୍ଗତ ରଥପୁର ସ୍ଥିତ ଦୁର୍ଗାପୂଜା କମିଟି ଓ ମାହେଶ୍ଵରୀ ସେନା ମିଲିତ ଆନୁକୁଲ୍ୟରେ ସ୍ଥାନୀୟ ଦୁର୍ଗା ମଣ୍ଡପ ଠାରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୩୬ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ସ୍ଥାନୀୟ ସରପଞ୍ଚ ଶ୍ରୀୟା କର୍ମୀ ଓ ଚାଷୀ ନେତ୍ରୀ ସୋନାଲି ବିଶି ଅତିଥି ଭାବେ ଯୋଗଦେଇ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ। ସମସ୍ତ ରକ୍ତଦାତା ମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ରଥପୁର ଦୂର୍ଗା ପୂଜା କମିଟି ସଭାପତି, ମଳୟ କୁମାର ଅମାତ, ଅରବିନ୍ଦ ରଣା, ସମ୍ବିତ ମହାକୁର, ଶୁଭେନ୍ଦୁ ଚାନ୍ଦ, ମାଁ ମାହେଶ୍ଵରୀ ସେନାର ଜିତେନ୍ଦ୍ର ମେଣ୍ଡିଲି ଓ ରଥ ପୁରଦୂର୍ଗା ପୂଜା କମିଟି ଓ ମାଁ ମାହେଶ୍ଵରୀ ସେନା ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ।