-+91-9937148622 |
prerana_bgr@rediffmail.com |
Friday 13th March 2026 |
R.N.I. Regd No. ODIODI/2010/46693
Breaking News
13-Oct-2024
ବଲାଙ୍ଗୀର(ପ୍ରେରଣା ଖବର): ସ୍ଥାନୀୟ ପୁରୁଣା ରାଜବାଟୀ ନିବାସୀ ଧର୍ମପରାୟଣ ମହିଳା ଅହଲ୍ୟା ଦେବୀଙ୍କ ଆଜି ୬୭ବର୍ଷ ରେ ପରଲୋକ ହୋଇଯାଇଛି l ସେ କିଛି ଦିନ ହେଲା ଅସୁସ୍ଥ ଥିଲେ l ତାଙ୍କର ଦେହାନ୍ତ ସମୟରେ ଦୁଇ ପୁଅ ସୁରଜ ସିଂହ, କିରଣ ସିଂହ, ଦୁଇ ବୋହୂ, ଗୋଟିଏ ଝିଅ ଶନ୍ତୁ ସିଂହ, ଜ୍ୱାଇଁଙ୍କ ସମେତ ରତ୍ନମଞ୍ଜରୀ ସିଂହ, ନାତିନାତୁଣୀ ଉପସ୍ଥିତ ଥିଲେ l ସ୍ବର୍ଗତ ଅହଲ୍ୟା ଦେବୀ ବଲାଙ୍ଗୀର ଜିଲ୍ଲା କ୍ରୀଡା ସଂସଦର ଅତିରିକ୍ତ ସଂପାଦକ ଶତ୍ରୁଘନ ସିଂହଙ୍କ ଭାଉଜ ଓ ସ୍ବର୍ଗତ ଦୁର୍ଯ୍ଯୋଧନ ସିଂହଙ୍କ ପତ୍ନୀ ଅଟନ୍ତି l ଆଜି ବିଭୁତି ପଡ଼ା ସ୍ଥିତ ସ୍ମଶାନରେ ତାଙ୍କ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା l ଏଠାରେ ପୁତୁରା ସୁବାସ ସିଂହ, ସୁନୀଲ ସିଂହ, ଭଣଜା ଋତୁରାଜ ସିଂହଙ୍କ ସମେତ ସୁରୁଗୁଣ୍ଡା ସିଂହଦେଓ, ବାବୁଲୁ ସିଂହଦେଓ, ଲୁକୁ ସିଂହ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ l ତାଙ୍କର ବଡ ପୁତ୍ର ସୁରଜ ମୁଖାଗ୍ନି ଦେଇଥିଲେ l ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ସ୍ଥାନୀୟ ବିଧାୟକ କଳିକେଶ ନାରାୟଣ ସିଂହଦେଓ ଓ ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ ଅହଲ୍ୟା ଦେବୀଙ୍କ ଦେହାନ୍ତରେ ଶୋକ ପ୍ରଦାନ କରିଛନ୍ତି l