-+91-9937148622 |
prerana_bgr@rediffmail.com |
Saturday 14th March 2026 |
R.N.I. Regd No. ODIODI/2010/46693
Breaking News
11-Oct-2024
ବଲାଙ୍ଗିର, (ପ୍ରେରଣା ଖବର) ସ୍ଥାନୀୟ ଗାନ୍ଧି ପାଠାଗାର ର ବରିଷ୍ଠ ସଭ୍ୟ ମହେନ୍ଦ୍ର ସାହୁ ର ବିୟୋଗ ରେ ଗାନ୍ଧି ପାଠାଗାର ସଭାପତି ପ୍ରକାଶ ନେପାକଙ୍କ ସଭାପତିତ୍ୱ ରେ ଶୋକ ସଭା ଆୟୋଜନ କରାଯାଇଥିଲା । ତାଙ୍କ ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା । ସ୍ୱର୍ଗତ ମହେନ୍ଦ୍ର ସାହୁ ଙ୍କ ଗାନ୍ଧୀ ପାଠାଗାର, ଟିକ୍ରାପଡା ନାମଯଜ୍ଞ, ଟିକ୍ରାପଡା ରାମଲିଳା ତଥା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସକ୍ରିୟ ସହଯୋଗ ପାଇଁ ଅଂଚଳବାସୀ ସବୁଦିନ ପାଇଁ ମନେ ରଖିବେ ବୋଲି ସଭାପତି ପ୍ରକାଶ ନେପାକ, ସମ୍ପାଦକ ପ୍ରଦୀପ ସାହୁ ଏବଂ ବରିଷ୍ଠ ସଭ୍ୟ ଭଗବାନ ବଗର୍ତ୍ତି ଶୋକ ସଭାରେ ବକ୍ତବ୍ୟ ରଖିଥିଲେ । ସଂପାଦକ ପ୍ରଦୀପ ସାହୁ ପାଠାଗାର ତରଫରୁ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସାନ୍ତ୍ୱନା ଦେଇଛନ୍ତି । ଉକ୍ତ ସଭାରେ ପାଠାଗାର ର ସଭ୍ୟ ଶିବେନ୍ଦ୍ର ସାହୁ, ଅବିନାଶ ବେହେରା, ଅମୀୟ ମିଶ୍ର, ଅଶୋକ ରାଉତ, ରାଜେନ୍ଦ୍ର ପାଣି, ସୁରୁ ସାହୁ ସଞ୍ଜୟ ଗଡତିଆ, ଅଜିତ ପଣ୍ଡା, ଦିଲିପ ସାହୁ, ଦୁର୍ଗା ସାହୁ, ବୁବୁ ବଢିଆ ପ୍ରମୁଖ ଏବଂ ସମସ୍ତ ସଭ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l