-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||     

HOME   ଜିଲ୍ଲା

ଡୁଙ୍ଗୁରିପାଲି ଆର୍ ଏମ୍ ସି କେଳେଙ୍କାରୀ : ସେକ୍ରେଟେରୀ , ଚେୟାରମ୍ୟାନ୍ ଓ OSAM ବୋର୍ଡର ମିଳିତ ଦୁର୍ନୀତି ଅଭିଯୋଗର ତଦନ୍ତ ଦାବି : ମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ । ସବୁ ଦୁର୍ନୀତି ମୂଳରେ ସମ୍ପାଦକ : ତଥାପି ବେଫିକର୍ !

11-Oct-2024



ବଲାଙ୍ଗୀର/ସୋନପୁର(ମଳୟ ମିଶ୍ରଙ୍କ ରିପୋର୍ଟ): 

ସୁବର୍ଣ୍ଣପୁର ଜିଲ୍ଲାର ଭାତହାଣ୍ଡି ହୀରାକୁଦ କେନାଲ୍ ଜଳସେଚିତ ଟେଲ୍ ଏରିଆର ଡବଲ ଧାନଚାଷ ହେଉଥିବା ଡୁଙ୍ଗୁରିପାଲି ନିୟନ୍ତ୍ରିତ ବଜାର କମିଟିରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ହୋଇଥିବା ଗୁରୁତର ଅଭିଯୋଗ ପ୍ରକାଶ ପାଇଛି

ଗତ ଜୁଲାଇ ୩୧ ତାରିଖରେ ଅଞ୍ଚଳର ଚାଷୀଙ୍କ ପକ୍ଷରୁ ବିଭାଗୀୟ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କୁ ଭେଟି ପ୍ରଦାନ କରାଯାଇଥିବା ଲିଖିତ ଅଭିଯୋଗ କ୍ରମେ ମନ୍ତ୍ରୀ ରାଜ୍ୟ ସମିତି ସମୂହ ନିବନ୍ଧକ ଭକ୍ତବନ୍ଧୁ ସାହୁଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ସେ ରାଜ୍ୟ ବିପଣନ ଅଧିକାରୀଙ୍କୁ ତୁରନ୍ତ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅଭିଯୋଗପତ୍ରରେ ଉକ୍ତ ଅଭିଯୋଗକାରୀ ଚାଷୀମାନେ ଏହି ଆରଏମସିରେ ପ୍ରାୟ ୮ ବର୍ଷ ଧରି ସମ୍ପାଦକ ଦାୟିତ୍ୱରେ ରହି ଆସିଥିବା ସହିତ ଏହାର ଚେୟାରମ୍ୟାନ୍ ବନାମ ଜିଲ୍ଲାପାଳ OSAM ବୋର୍ଡ଼ର ପ୍ରତ୍ୟେକ୍ଷ ଓ ପରୋକ୍ଷ ମିଳିତ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ନିମନ୍ତେ ମଧ୍ୟ ମନ୍ତ୍ରୀ ବା ସରକାରଙ୍କୁ ଦରଖାସ୍ତ କରିଥିଲେ l ବିଭିନ୍ନ ଗଣମାଧ୍ଯମରେ 

ମଧ୍ୟ ଏହା ପ୍ରକାଶ ପାଇଛି । ତଥାପି ଏହି ସଂସ୍ଥାର ଅଧ୍ୟକ୍ଷା ଥିବା ସୁବର୍ଣ୍ଣପୁର ଜିଲ୍ଲାପାଳ ବା ସରକାରଙ୍କ ପକ୍ଷରୁ ଅଦ୍ୟାବଧି ଏହାର ଉଚିତ୍ ତଦନ୍ତ ପୂର୍ବକ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାଯାଇନାହିଁ  l  କେବଳ ସୋନପୁର ଭିଜିଲାନ୍ସ ପକ୍ଷରୁ ଅଫିସରୁ କିଛି କାଗଜପତ୍ର ନେଇଥିବା ଜଣାଯାଇଥିଲେ ହେଁ ବହୁ ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ଛାଡିଯାଇଛନ୍ତି । ଯାହାକୁ ଅଭିଯୁକ୍ତ ସମ୍ପାଦକ ଉଦିତ କୁମାର ବାବୁ ବୁଲିବୁଲି ସାମ୍ବାଦିକଙ୍କୁ ଦେଖାଇ ନିଜ ସତୀତ୍ବକୁ ପ୍ରମାଣ କରିବାର ସଫେଇ ଦେଉଥିବା ଦେଖାଯାଇଛି । ଓଲଟି ଏହି ଆରଏମସିର ସମ୍ପୃକ୍ତ ସମ୍ପାଦକ ଉଦିତ କୁମାର ବାବୁ ଖବର ପ୍ରକାଶ କରିଥିବା ଜୈନେକ ସାମ୍ବାଦିକଙ୍କୁ ଏକ ଓକିଲ ନୋଟିସ୍ ପଠାଇଥିବା ପ୍ରକାଶ । ଏହାର ଉତ୍ତରରେ ସମ୍ପୃକ୍ତ ସାମ୍ବାଦିକ ଜଣକ ପ୍ରକାଶ କରିଛନ୍ତି ଯେ, ଅଞ୍ଚଳର ଚାଷୀଙ୍କ ମତାମତ ପକ୍ଷରୁ ବିଭାଗୀୟ ମନ୍ତ୍ରୀଙ୍କ ଠାରେ କରାଯାଇଥିବା ଅଭିଯୋଗ ଓ ମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ, ସମ୍ପୃକ୍ତ ଅଭିଯୁକ୍ତ ସମ୍ପାଦକଙ୍କ ଉତ୍ତରକୁ ଭିତ୍ତିକରି ଅଞ୍ଚଳର ସ୍ବାର୍ଥଦୃଷ୍ଟିରୁ ମୁ ମୋର ସାମ୍ବାଦିକତା ର କର୍ତ୍ତବ୍ୟ ନିର୍ବାହ କରିଛି । 

ପ୍ରକାଶିତ ଅଭିଯୋଗ ଅନୁଯାୟୀ , ଏହି ଆରଏମସିର କାର୍ଯ୍ୟ ପରିସରରେ ଡୁଙ୍ଗୁରିପାଲି ସମେତ ତରଭା , ବିନିକା ଓ ସୋନପୁର ବ୍ଲକ୍ ରହିଛି । ଏଇ ସେକ୍ରେଟେରୀ ଜଣକ ସୋନପୁର ଏଆର୍ ଅଫିସ୍ ରେ ନିଯୁକ୍ତି ପାଇ କୋଅପରେଟିଭ୍ ଇନିସପେକ୍ଟର ଥିଲେ ଓ ପଦୋନ୍ନତି ପାଇ ତାଙ୍କର ପୋଷ୍ଟିଂ ସୋନପୁର ଏଆର୍ ଅଫିସ୍ ଓ ସେଠାରୁ ବଲାଙ୍ଗୀର ଏଆରସିଏସ୍ କୁ ହୋଇଥିଲେ ହେଁ ସେ  କିଭଳି କାହାଦ୍ବାରା ଡେପୁଟେସନରେ ଜିଲ୍ଲାରେ ପ୍ରାୟ ୧୪ ବର୍ଷ ଓ  ଏହି ସଂସ୍ଥାରେ ପ୍ରାୟ ୮ ବର୍ଷହେଲା ରହିଲେଣି ଏହା ତଦନ୍ତ ସାପେକ୍ଷ ବୋଲି କୁହାଯାଇଛି ।  ତେବେ ତାଙ୍କ କାର୍ଯ୍ୟକାଳରେ ଏଠାରେ ସ୍ଥାନ ମିଳି ନଥିବା ସତ୍ତ୍ୱେ  ସୋନପୁରରେ ସୁପରମାର୍କେଟ୍ ଓ ସିନେମାହଲ୍ ଇତ୍ୟାଦି ଅନାବଶ୍ୟକ ନିର୍ମାଣ, କୋଟି କୋଟି ଟଙ୍କାର ଅହେତୁକ ଯନ୍ତ୍ରପାତି କ୍ରୟ ଓ କୋଟିକୋଟି ଟଙ୍କାର ଅହେତୁକ ବ୍ୟୟ କରି ଚାଷୀମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଏହି ସଂସ୍ଥାର ଅଯଥା ଅର୍ଥବରବାଦ ଆଳରେ ନିଜର ସ୍ବାର୍ଥସାଧନ କରିଚାଲିଥିବା ଅଭିଯୋଗରୁ ପ୍ରକାଶ ।

ସୋନପୁର ସହରର ଧୋବାବାହାଲିରେ ଭିଜିଲାନ୍ସ ଡିଏସପିଙ୍କ ଅଫିସ୍ ନିକଟସ୍ଥ ନିଜର ଏକ ଭବ୍ୟ ଅଟ୍ଟାଳିକାରେ ରହୁଥିବା ଅଭିଯୁକ୍ତ ସମ୍ପାଦକ ଉଦିତ କୁମାର ବାବୁଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ ଏହିସବୁ ଅଭିଯୋଗକୁ ମିଥ୍ୟା , ଭିତ୍ତିହୀନ ଓ ତାଙ୍କୁ ବଦନାମ କରିବାକୁ ଅଫିସ୍ ର ଜଣେ ଆକାଉଣ୍ଟାଣ୍ଟ୍ ତାଙ୍କ ପରେ ଏଇ ପଦରେ ପଦୋନ୍ନତି ପାଇ ରହିବାକୁ ଚକ୍ରାନ୍ତ ବୋଲି ଆରୋପ କରିଛନ୍ତି ।  ସବୁକାମ ଓ କିଣାକିଣି ଇ- ଟେଣ୍ଡର ଓ  କମିଟି ତଥା ଉପରିସ୍ଥ ଅଧିକାରୀଙ୍କ ଅନୁମୋଦନ କ୍ରମେ ହୋଇଥିବା ସଫେଇ ଦେଇଛନ୍ତି । 

ଲୋକେ ତାଙ୍କର ଏତାଦୃଶ କୈଫିୟତ୍ କୁ ଗ୍ରହଣ କରୁ ନାହାଁନ୍ତି ।  ସବୁ ଅସାଧୁ ଓ ଦୁର୍ନୀତିଗ୍ରସ୍ତ ଅଧିକାରୀମାନେ ଏଇଭଳି ଗଳାବାଟ ରଖିଥା'ନ୍ତି ଓ ପ୍ରକୃତ ନିରପେକ୍ଷ ତଦନ୍ତ ହେଲେ , ସବୁ ଧରାପଡିବ ବୋଲି ମତପ୍ରକାଶ ପାଉଛି । ଅଧିକନ୍ତୁ ଏହି ସଂସ୍ଥାର ଅଧ୍ୟକ୍ଷ ବା ଜିଲ୍ଲାପାଳମାନେ ତାଙ୍କୁ ଘଣ୍ଟଘୋଡାଇ ଆସୁଥିବା ଅଭିଯୋଗ କରାଯାଉଥିବା ସହିତ  ଏଭଳି ପ୍ରଶାସକ ମାନେ ସୁବର୍ଣ୍ଣପୁରର ଦୁର୍ଭାଗ୍ୟ ବୋଲି ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି । ପ୍ରକାଶ ଥାଉ କି , ଆଗାମୀଦିନରେ ଏହାର ଆହୁରି ବିସ୍ଫୋରକ ତଥ୍ୟର ଖୁଲାସା କରାଯିବ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026

You Might Also Like