-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
09-Oct-2024
ବୀରମହାରାଜପୁର, ( ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ସ୍ଥିତ ଯୁକ୍ତ ଦୁଇ କଲେଜରେ ବୁଧବାର ଯୁବ ରେଡକ୍ରସ୍ ପକ୍ଷରୁ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧକ୍ଷ ଭୋଳାନାଥ କର୍ମୀଙ୍କ ସଭାପତିତ୍ୱ ଅନୁଷ୍ଠିତ ସଭାରେ ବୀରମହାରାଜପୁର ମହାବିଦ୍ୟାଳୟ ଇଂରାଜୀ ଅଧ୍ୟାପକ ବିଜୟ କୁମାର ପୁରୋହିତ ସାଧନା ବ୍ୟକ୍ତି ହିସାବରେ ଯୋଗଦେଇ ଛାତ୍ରଛାତ୍ରୀମାନେ କିଭଲି ମାନବ ସେବା, ବନ୍ଧୁତା,ଶାନ୍ତି ଏବଂ ମାନବ ଜାତି ପ୍ରତି ସମ୍ମାନ ବୋଧ ପାଇଁ ଯୁବ ରେଡକ୍ରସ୍ ରେ ଯୋଗଦାନ କରିବାକୁ ପରାମର୍ଶ ଦେଇଥିଲେ।ଯୁବ ରେଡକ୍ରସ୍ ପରାମର୍ଶ ଦାତା ଦେବାଶିଷ ପଧାନ ସଭାର ଆଭିମୁଖ୍ୟ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ରମାକାନ୍ତ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସଞ୍ଜୟ କୁମାର ମେଣ୍ଡିଲି, ଅର୍ପିତା ନାୟକ, ପ୍ରଜ୍ଞା କଳ୍ପିତା ନାୟକ,ମିତା ପ୍ରଧାନ, ଗୋପାଳ ଭୋଇ, ଦିଲ୍ଲିପ କୁମାର ମେହର ପ୍ରମୁଖ ଉପସ୍ଥିତ ରହିଥିଲେ।