-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
09-Oct-2024
ବୀରମହାରାଜପୁର (ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଠାରେ ୨ୟ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ବୁଧବାର କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସକାଳୁ ସ୍ଥାନୀୟ ବାଇଗଣୀ ଜୋର ପଠାରେ ଗଙ୍ଗାମାତା ଙ୍କୁ ଆବାହନ କରି ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା। ଶତାଧିକ ମହିଳା ଓ ପୁରୁଷ ଜଳ ପୂର୍ଣ୍ଣ କଳସି ଧରି ହରିବୋଲ, ହୁଳହୁଳି , ଶଙ୍ଖ ଧ୍ବନିରେ ଏକ ଆଧ୍ୟାତ୍ମିକ ପରିବେଶରେ ନଗର ପରିକ୍ରମା କରାଯାଇ ପୂଜା ମଣ୍ଡପ ଠାରେ କଳସ ସ୍ଥାପନ କରାଯାଇଥିଲା।
ଏଥିରେ ପୂଜକ ହିମାଂଶୁ ଶେଖର ଷଡ଼ଙ୍ଗୀ ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ସମାରୁ ନାଏକ ଓ ଧର୍ମପତ୍ନୀ ହେମକାନ୍ତି ନାଏକ କର୍ତ୍ତା ଦାଇତ୍ୱ ନିର୍ବାହ କରିଥିଲେ। ଗୁରୁବାର ସକାଳୁ ମା'ଙ୍କ ଆରାଧନା ସହ ପୂଜା କାର୍ଯ୍ୟ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟା ରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ କମିଟି ପକ୍ଷରୁ ସୂଚନା ରହିଛି। ଏଥିରେ ପୂଜା କମିଟିର ସଭାପତି ସୁଶିଲ ପାଣ୍ଡେ, ସମ୍ପାଦକ ବିପିନ ଚୋଧୁରୀ, କୋଷାଧ୍ୟକ୍ଷ ତଥା ବରିଷ୍ଠ ସଦସ୍ୟ ବବୁଲ ମହାପାତ୍ର, ଉପସଭାପତି ଓ ପରିଚାଳକ ମୁକେଶ ମେହେରଙ୍କ ସହ ୬୦ ରୁ ଉର୍ଦ୍ଧ ସଦସ୍ୟ ସାମିଲ ହୋଇଥିଲେ।