-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
07-Oct-2020
ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡ ହୋଇଛି। ପମ୍ପରେ ଥିବା ସିଏନଜି ଷ୍ଟକରେ ନିଆଁ ଲାଗିଛି। ବିସ୍ଫୋରଣ ଘଟି ନିଆଁ ଲାଗିଥିବା ସୂଚନା ମିଳିଛି। ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚିଛି। ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।
ଭୁବନେଶ୍ବର ସ୍ଥିତ ରାଜଭବନ ନିକଟରେ ଥିବା ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡ ହୋଇଛି । ପେଟ୍ରୋଲ ପମ୍ପରେ ହଠାତ୍ ପ୍ରଚଣ୍ଡ ଶବ୍ଦ ହୋଇଥିଲା । ଏହାପରେ ନିଆଁ ଲାଗିଯାଇଥିବା ଜଣାପଡିଛି । ଇଣ୍ଡିଆନ ଅଏଲ ଏହି ପେଟ୍ରୋଲ ପମ୍ପରେ ନିଆଁ ଲାଗିବାର କାରଣ ସ୍ପଷ୍ଟ ହେଉନଥିବା ବେଳେ ଗୋଟିଏ ନିର୍ଦ୍ଦିଷ୍ଟ ପଏଣ୍ଟରେ ନିଆଁ ଧାସ ବହୁତ ଦୂରରୁ ଦେଖାଯାଉଛି । ନିଆଁର ଆକାରର ଅତି ଭୟଙ୍କର ଜଣାପଡୁଛି । ଘଟଣାସ୍ଥଳରେ ତୁରନ୍ତ ଅଗ୍ନିଶମ ବାହିନୀ ୩ଟି ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛି । ପୋଲିସ ସ୍ଥାନୀୟ ଅଞ୍ଚଳକୁ ଚାରିପଟୁ ଘେରାବନ୍ଦୀ କରିନେଇଛି । ଅଗ୍ନିକାଣ୍ଡକୁ ଦେଖି ପେଟ୍ରୋଲ ପମ୍ପ୍ ରେ ଗାଡି ଛାଡି ଲୋକେ ଦୌଡି ପଳାଇ ଆସିବା ଏବଂ କିଛି ଗାଡି ଇତଃସ୍ତତ ଭାବେ ପଡିରହିଥିବା ଭିଜୁଆଲରୁ ଜଣାଯାଇଛି । ଗ୍ୟାସ୍ ଟାଙ୍କି ଫାଟି ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ସୂଚନାରୁ ଜଣାଯାଇଛି ୮ ଜଣଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଗଲା, ସେଥିରୁ୨ ଜଣ ଗୁରୁତର ଥିବାରୁ ଏସ୍.ସି.ବି. କଟକକୁ ପଠାଗଲା।