-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
07-Oct-2024
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଅନ୍ତର୍ଗତ ଲଛିପୁର ଦୁଗ୍ଧ ଉତ୍ପାଦକ ସମବାୟ ସମିତି ଲଛିପୁର୍ ଠାରେ ସମଲେଶ୍ବରୀ ଆଞ୍ଚଳିକ ସମବାୟ ଦୁଗ୍ଧ ଉତ୍ପାଦକ ସଂଘ ନିଃ ସମ୍ବଲପୁର ତରଫରୁ ଦୁଗ୍ଧ ଚାଷୀମାନଙ୍କ ଜୀବିକା ଓ ଆର୍ଥିକ ଅଭିବୃଦ୍ଧି ଉଦ୍ଦେଶ୍ୟରେ ଦୁଗ୍ଧ ଚାଷୀମାନଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମ କୁ ସଫଳ କରିବା ଉଦ୍ଦେଶ୍ୟ ରେ ସାଧାରଣ ପରିଚାଳକ ଡାକ୍ତର ସରୋଜ କୁମାର ସାହୁଙ୍କ ତତ୍ତ୍ୱାବଧାରେ ସାମୁଲ୍ର ଦଶ ଜଣିଆ କ୍ଷେତ୍ରପରିଦର୍ଶକ ଟିମ୍ ଏକ ଦିନ ପୂର୍ବରୁ ସୋନପୁର ବ୍ଲକ ଅନ୍ତର୍ଗତ ଉପାନ୍ତ ତଥା ସଂଘ ଦ୍ବାରା ଅପହଞ୍ଚ ଅଞ୍ଚଳ ବସଲାଟ, ଚହଟାଖୋଲ, ବ୍ରାହ୍ମଣୀପାଲି, ରାଣୀସର୍ଡ଼l ଓ ଖଗସାକଣା ଗ୍ରାମ ପରିଦର୍ଶନ କରି ଭକ୍ତ ଗ୍ରାମର ଦୁଗ୍ଧ ଚାଷୀ ମାନଙ୍କ ସହିତ ରାଜ୍ୟ ସରକାର ଙ୍କ ଦ୍ବାରା ଚାଷୀମାନଙ୍କ ଆୟ ଦ୍ଵିଗୁଣିତ କରିବା ଉଦ୍ଦେଶ୍ୟ ରେ ପ୍ରଚଳିତ ବିଭିନ୍ନ ଯୋଜନା ଯଥା ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା, ଲୀନ ଇନ୍ସେଟିଭ, ମାଈବାଛୁରୀ ପରିପାଳନ ଯୋଜନା ଓ ତୃଣ ଉନ୍ନୟନ ଯୋଜନା ସମ୍ପର୍କିତ ସଚେତନତା ଶିବିର କରି ଉକ୍ତ ଗ୍ରାମରେ ସଂଘ ତରଫରୁ କ୍ଷୀରଧାରା କେନ୍ଦ୍ର ସ୍ଥାପନା କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଥିଲେ ଏବଂ ଏଥିସହିତ ଡକ୍ୟୁମେଣ୍ଟରି ଫିଲ୍ମ ମାଧ୍ଯମରେ ମଧ୍ୟ ସଚେତନତା ଶିବିର ଆୟୋଜନ କରିଥିଲେ । ଏବଂ ସଂଘ ତରଫରୁ ଇଛିପୁର୍ ଗ୍ରାମରେ ଏକ ଗୋ ବନ୍ଧ୍ୟା ନିରା କରଣ ଶିବିର ମଧ୍ୟ ଆୟୋଜନ କରାଯାଇ ପ୍ରାୟ ୧୨୦ ରୁ ଉର୍ଦ୍ଧ ଗାଈ ଓ ଛଡ଼ାମାନଙ୍କର ମାଗଣାରେ ଚିକିତ୍ସା କରାଯାଇଥିଲା।
ଆଜିର ଏହି ଦୁଗ୍ଧ ଚାଷୀମାନଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସମ୍ମାନୀୟା ସୁବର୍ଣ୍ଣପୁର ଜିଲ୍ଲାପାଳ ମହୋଦୟା ଶ୍ରୀମତୀ ଅନ୍ୟା ଦାସ (ଭା.ପ୍ର.ସେ)ମୁଖ୍ୟଅତିଥି ଭାବେ ଯୋଗଦାନ କରି ସୋନପୁର ବ୍ଲକ୍ର ଏହି କାର୍ଯ୍ୟକ୍ରମ ଦିବସ ଉପଲକ୍ଷେ ପ୍ରଥମ ଦିନରେ ସଂଗୃହିତ ହୋଇଥିବା ପ୍ରାୟ ୨୦୦ ଲିଟର ଦୁଗ୍ଧ ରୁ ଅଧିକ ନୂତନ ଭାବେ ଗଠିତ ବସଲାଟ, ଚହଟାଖୋଲ, ବ୍ରାହ୍ମଣୀପାଲି, ରାଣୀସର୍ଡ଼l ଓ ଖଗସାକଣା ରେ ପରିଚାଳିତ ୫ ଗୋଟି କ୍ଷୀର ଧାରା କେନ୍ଦ୍ରକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ କାର୍ଯ୍ୟକ୍ରମରେ ଉପସ୍ଥିତ ପ୍ରାୟ ୨୦୦ ଜଣ ଦୁଗ୍ଧ ଚାଷୀ ମାନଙ୍କୁ ଗୋପାଳନ ମାଧ୍ଯମରେ ଗ୍ରାମାଞ୍ଚଳରେ ଆତ୍ମନିଯୁକ୍ତି ସୃଷ୍ଟି ସହିତ ନିଜ ନିଜ ର ଆର୍ଥିକ ଅଭିବୃଦ୍ଧି କରିବାପାଇଁ ପରାମର୍ଶ ଦେଇଥିଲେ। ଏହାଛଡା ଜିଲ୍ଲାରେ ଗୋପାଳନ, ଏବଂ ଅଧିକ ଗୁଣବତ୍ତା ଦୁଗ୍ଧତ୍ପାଦନ କୁ ବ୍ୟାପକ ମାତ୍ରାରେ କରିବାପାଇଁ ମହାତ୍ମାଗାନ୍ଧୀ କର୍ମନିଯୁକ୍ତି ଯୋଜନା ମାଧ୍ୟମରେ ବ୍ୟାପକ ଘାସ ଚାଷ ଓ ଦୁଗ୍ଧ ଚାଷୀ ମାନଙ୍କୁ ଗାଈ ଗୁହାଳ ଯୋଗାଇଦେବା ପାଇଁ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଗୋଷ୍ଠୀ ଉନୟନ୍ ଅଧିକାରୀ ସୋନପୁର ଶ୍ରୀ ସ୍ୱାଇଁଙ୍କୁ ନିର୍ଦ୍ଦେଶ ଦେବା ସଙ୍ଗେ ସଙ୍ଗେ ଅନ୍ୟାନ୍ୟ ଆବଶ୍ୟକୀୟ ଭିଭି ଭୂମି ପ୍ରତିଷ୍ଠା କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ପ୍ରକାର ସହଯୋଗ କରିବାପାଇଁ ଜିଲ୍ଲାପାଳ ମହୋଦୟା ନିର୍ଭର ପ୍ରତିଶୃତି ପ୍ରଦାନ କରି ଦୁଗ୍ଧ ଚାଷୀମାନଙ୍କୁ ଉତ୍ସାହିତ କରିଥିଲେ । ଗୋପାଳନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଲଛିପୁର ସମିତିର ଚାରିଜଣ ଅଗ୍ରଣୀ ଦୁଗ୍ଧ ଚାଷୀ ଇଛିପୁର ସମିତି ର ସଭ୍ୟ ଶ୍ରୀଯୁକ୍ତ ସୁଦାମ କଲତା ଙ୍କୁ ଅଧିକ ପରିମାଣ ଦୁଗ୍ଧ ଉତ୍ପାଦନ ପାଇଁ, ଦୋଲେଶ୍ବର୍ କଲତା ଙ୍କୁ ସମିତିକୁ ସର୍ବାକ ଗୁଣବତ୍ତା ଦୁଗ୍ଧ ଯୋଗାଣ ପାଇଁ, ସଭ୍ୟ କୁଞ୍ଜଲତା ବାରିକ କୁ ଦୁଗ୍ଧ ଉତ୍ପାଦନ ଖର୍ଚ୍ଚ କମାଇବା ଉଦ୍ଦେଶ୍ୟରେ ଉନ୍ନତ ପ୍ରଜାତିର ଘାସ ଚାଷ କରିଥିବା ନିମନ୍ତେ ତଥା ସଭ୍ୟା ଶ୍ରୀମତୀ ଗୀତାଞ୍ଜଳି ସାହୁ ଙ୍କୁ ଇନ୍ନଡ ଧରଣର ମାଈ ବାଛୁରୀ ପାଳନ ପାଇଁ ଜିଲ୍ଲାପାଳ ମହୋଦୟା ମାନପତ୍ର ଓ ଉପଢୌକନ୍ ଦେଇ ସମ୍ମାନିତ କରିଥିଲେ। ସଂଘ ତରଫରୁ ସାଧାରଣ ପରିଚାଳକ ଡାକ୍ତର ସରୋଜ ସାହୁ ଗୋ ପାଳନ ବୃଦ୍ଧି ପାଇଁ ଆଗାମୀ ନିକଟ ଭବିଷ୍ୟତ ରେ ସରକାରଙ୍କ ତରଫରୁ କାର୍ଯ୍ୟକାରୀ ହେବାକୁ ଥିବା ବିଭିନ୍ନ ଯୋଜନା ଏବଂ ଗୋପାଳନ କ୍ଷେତ୍ରରୁ ଚାଷୀମାନଙ୍କୁ ମିଳୁଥିବା ବିଭିନ୍ନ ପ୍ରକାର ଲାଭ ବିଷୟ ରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇବା ସହିତ ଜଣେ ଅଭିଜ୍ଞ ପ୍ରାଣୀ ଚିକିତ୍ସକ ହିସାବରେ ଦୁଆଳୀ ଗାଈ ଓ ଛଡ଼ା ମାନଙ୍କର ଯତ୍ନ ଯଥା ଖାଦ୍ୟ, ସମୟାନୁସାରେ କୃମିଳିରାକରଣ ଓ ଟୀକାକରଣ ସହିତ ବିଭିନ୍ନ ପ୍ରକାର ରୋଗର କାରଣ ଓ ତାର ନିରାକରଣ ଆଦି ବିଷୟରେ ଉପସ୍ଥିତ ଦୁଗ୍ଧ ଚାଷୀମାନଙ୍କୁ ବୁଝାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଉପ ଜିଲ୍ଲାପାଳ ସୌମ୍ୟାରୂପା ରଥ ବିଡ଼ିଓ ସୋନପୁର ସୌମ୍ୟରଞ୍ଜନ ସ୍ୱାଇଁ,ତହସିଲଦାର ସୋନପୁର ଯୋଗେଶ୍ୱର ଧରୁଆ,ସମଲେଶ୍ବରୀ ଦୁଗ୍ଧ ସଙ୍ଘର ସଭାପତି ଶ୍ରୀଯୁକ୍ତ ବିଦ୍ୟାଧର ପ୍ରଧାନ ପ୍ରମୁଖ ମଂଚାସୀନ ରହିଥିବା ବେଳେ ସମଲେଶ୍ବରୀ ଦୁଗ୍ଧ ସଙ୍ଘ କ୍ଷେତ୍ରକର୍ମଚାରି ସନ୍ତୋଷ କୁମାର ମହାନ୍ତି, ସୁଶାନ୍ତ କୁମାର ମହାକୁର, ସହଦେବ ସତପଥ୍, ଅମୂଲ୍ୟ ଓଝା, ଭରତ ବେହେରା, ପୂର୍ବଚନ୍ଦ୍ର ପ୍ରଧାନ, ରାଜେନ୍ଦ୍ର ସାହୁ, ଲିଙ୍ଗରାଜ ଭୁଏ, ଶ୍ରୀମତୀ ଆରତୀ ମିଶ୍ର, ସରୋଜିନୀ ବାରିକ, ସୁପ୍ରଭା ବିଶ୍ବାଳ ଆଦି ଉପସ୍ଥିତି ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ଶେଷରେ ସଂଘ ର କନିଷ୍ଠ ପରିଚାଳକ ସଞ୍ଜୀବ କୁମାରଶତପଥୀ ଧନ୍ୟବାଦ୍ ପ୍ରଦାନ କରିଥିଲେ ।