-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
07-Oct-2024
ବୀରମହାରାଜପୁର,(ବିନୋଦ ପାଣ୍ଡେ): ବୀରମହାରାଜପୁର ବ୍ଲକର କୁଡ଼ାପଡା ଠାରେ ସପ୍ତମ ଏକଦିବସୀୟ ମାଁ ଭଗବତୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜଟେସିଂହା, ମରାଲୋଇ, ଫୁଲଚରା, ଉଲୁଣ୍ଡା ଆଦିବାସୀ କ୍ଲବ, କୁଡ଼ାପଡା, ଲସ୍ତଲା, ହିମିତ୍ରା ଓ କେଉଟିପାଲି ଆଦି ୮ଟି ଦଳ ଅଂଶଗ୍ରହଣ କରିଥିଲେ। ଏଥିରେ ଲସ୍ତଲା ଦଳ ଉଲୁଣ୍ଡା ଆଦିବାସୀ କ୍ଲବକୁ ହରେଇ ଚମ୍ପିଆନ ଘୋଷିତ ହୋଇଥିଲା। ନିର୍ଦ୍ଧାରିତ ସମୟ ସୁଦ୍ଧା କେହି କାହାରିକୁ ଗୋଲ ଦେଇ ନ ପାରିବାରୁ ଶେଷରେ ପେନାଲଟି ଗୋଲ ମାଧ୍ୟମରେ ଫଳାଫଳ ନିର୍ଣ୍ଣୟ କରାଯାଇଥିଲା। ଏଥିରେ ଲସ୍ତଲା ଦଳ ୫-୪ ଗୋଲରେ ଉଲୁଣ୍ଡା ଆଦିବାସୀ କ୍ଲବକୁ ପରାସ୍ତ କରିଥିଲା। ଉଦଯାପନୀ ଉତ୍ସବରେ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା ମୁଖ୍ୟ ଅତିଥି ଏବଂ ଜଟେସିଂହା ହାଇସ୍କୁଲର ପ୍ରଧାନ ଶିକ୍ଷକ ତ୍ରିପୂରାରୀ ରଥ ସମ୍ମାନୀତ ଅତିଥି ଭାବେ ଯୋଗଦେଇ କୃତୀ ଖେଳାଳୀ ମାନଙ୍କୁ ପୁରସ୍କୃତ କରିଥିଲେ। ବାବୁଲାଲ ସାହୁ, ପ୍ରଶାନ୍ତ ସେଠୀ ଓ ଆନନ୍ଦ ବଢେଇ ପ୍ରମୁଖ ଖେଳ ପରିଚାଳନା କରିଥିଲେ। ଲକ୍ଷ୍ମଣ, ରିଙ୍କୁ, ଶ୍ୟାମ, କିଶୋର, ଶ୍ରବଣ, ମିକୁନ, ମଣ୍ଟୁ, ବାବୁଲ, ତପନ, ବିକାଶ, ଅଶୋକ, ଧିରେନ, ଆଲୋକ ପ୍ରମୁଖ ଏଥିରେ ସହଯୋଗ କରିଥିଲେ।