-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
07-Oct-2024
ବଲାଙ୍ଗୀର: ଗତ ଅକ୍ଟୋବର ୪ତାରିଖ ଦିନ ଭୁବନେଶ୍ଵରର ଆମରି ହସ୍ପିଟାଲ ଠାରେ ବଲାଙ୍ଗୀର ପି.ପି ଏକାଡେମୀର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତଥା କଳାକାର ବାଙ୍କାବିହାରୀ ପଣ୍ଡା ଙ୍କ ବାଇପାସ୍ ସର୍ଜରୀ ସଫଳତାର ସହ ସମାପନ ହୋଇଯାଇଛି l ଗତ ମାସେ ତଳେ ଶ୍ରୀ ପଣ୍ଡାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କର ଏନଜିଓଗ୍ରାଫି ଟେଷ୍ଟ କରାଯାଇଥିଲା l ଶ୍ରୀ ପଣ୍ଡା ଙ୍କ ହାର୍ଟ ରେ ମଲଟିପୁଲ ବ୍ଲକେଜ ଥିବା ଜଣାପଡିବା ପରେ ଡାକ୍ତରଙ୍କ ପରାମର୍ଶ ରେ ତାଙ୍କୁ ଭୁବନେଶ୍ବରର ଆମରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା l ଆମରି ହସ୍ପିଟାଲର କାରଡିଆଲ୍ ସର୍ଜରୀ ବିଶେଷଜ୍ଞ ତଥା ଅଭିଜ୍ଞ ଡାକ୍ତର ଜିତେନ୍ଦ୍ର ନାଥ ପଟ୍ଟନାୟକଙ୍କ ପ୍ରଚେଷ୍ଟା ବଳରେ ଶ୍ରୀ ପଣ୍ଡା ଙ୍କୁ ସୁରକ୍ଷିତ ଭାବରେ ଅପରେସନ କରାଯାଇପାରିଛି l ଗତ କିଛି ଦିନ ଧରି ହାର୍ଟ ସମସ୍ୟା ଦେଇ ଗତି କରୁଥିବା ୮୦ ବର୍ଷିୟ ଶ୍ରୀ ପଣ୍ଡା ଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ରହିଛି l ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଓ ବଲାଙ୍ଗୀରର ପୂର୍ବତନ ବିଧାୟକ ନରସିଂହ ମିଶ୍ର ପୀଡିତ ଶ୍ରୀ ପଣ୍ଡା ଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି l ବାଙ୍କl ବିହାରୀ ପଣ୍ଡା ହେଉଛନ୍ତି ଦୈନିକ ପ୍ରତିକାର ଖବରକାଗଜ ର ପଶ୍ଚିମ ଓଡିଶା ବ୍ୟୁରୋ ଚିଫ୍ ଶ୍ରୀମନ୍ତ ପଣ୍ଡା ଙ୍କ ପିତା l