-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
06-Oct-2024
ପାଟଣାଗଡ଼ ( ପୂର୍ଣ୍ଣଶଶୀ ରେଖା ରାୟ )
ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଅନ୍ତର୍ଗତ ମରୁଆଁ ପଞ୍ଚାୟତ ର ଗଞ୍ଜାଉଡାର ଗାଁ ଠାରେ ଶବର ସମାଜ ଭବନ ନିର୍ମାଣ ସକାଶେ ଆଜି ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଯାଇଛି lଏହା ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଙ୍କ କରକମଳରେ ଭୂମିପୂଜନ ହୋଇଥିଲା l ରାଜ୍ୟସଭା ସାଂସଦ ଙ୍କ ସ୍ଥାନୀୟ ଅଞ୍ଚଳ ଉନ୍ନୟନ ପାଣ୍ଠି ରୁ ଚାରି ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିବା ସୂଚନା ଦିଆଯାଇଛି l ଶବର ସମାଜ ଭବନ ଭୂମିପୂଜନ ପୂର୍ବରୁ ଗଞ୍ଜାଉଡାର ଗାଁ ରେ ଶବର ସମାଜର ସାଂସ୍କୃତିକ ଦଳ ଗୁଡ଼ିକ ନୃତ୍ୟ ଗୀତ ସହିତ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ l ବିରାଟ ସାଂସ୍କୃତିକ ଶୋଭାଯାତ୍ରା ମାଧ୍ୟମରେ ସଭାସ୍ଥଳ କୁ ସାଂସଦ ଶ୍ରୀ ବିଶି ଙ୍କୁ ପାଛୋଟି ଆଣିଥିଲେ l ପ୍ରସ୍ତାବିତ ଭୂମି ପୂଜନ ପରେ ଶବର ସମାଜର ଉପଖଣ୍ଡ ସଭାପତି ଚନ୍ଦ୍ରମଣି ଶବର ଙ୍କ ସଭାପତିତ୍ୱ ରେ ସଭା କରାଯାଇଥିଲା l ଓଡିଶା ରାଜ୍ୟରେ ଚଉଷଠି ଟି ଆଦିବାସୀ ସମ୍ପ୍ରଦାୟ ଥିବାବେଳେ ଶବର, ସହରା, ସଉରା, ସଅର, ଜାରା ଶବର, ବେଶୁ ସଓରା, ଭିମା ସଓରା, ଲରିଆ ସଓରା, ସୁଦ୍ଧ ସଓରା, କଳାପୀଠିଆ ସଓରା, ଲାଞ୍ଜିଆ ସଉରା, ଯତି ସଉରା, ଟଙ୍କଳା ସଉରା ଅନ୍ୟତମ
ଓଡିଶାରେ ମୋଟ ଜନସଂଖ୍ୟା ର ୨୩ ପ୍ରତିଶତ ଜନସଂଖ୍ୟା ହେଉଛନ୍ତି ଆଦିବାସୀ l ଓଡିଶା ରେ ଶବର ସହରା, ସଅର,ସଉରା ଆଦିବାସୀ ଙ୍କ ଜନସଂଖ୍ୟା ୧୭ ଲକ୍ଷ ରୁ ଉର୍ଦ୍ଧ୍ବ l ସଉରା ଭାଷା କୁ ସମ୍ବିଧାନ ର ଅଷ୍ଟମ ଅନୁସୂଚୀ ରେ ସାମିଲ କରିବା ପାଇଁ ଓଡିଶା ସରକାର କେନ୍ଦ୍ର ସରକାର ଙ୍କୁ ସୁପାରିଶ କରିଛନ୍ତି l ଓଡିଶା ରେ ଶବର ସଂସ୍କୃତି, ଭାଷା, କଳା, ସ୍ଥାପତ୍ୟ, ଐତିହ୍ୟ ସର୍ବ ପ୍ରାଚୀନ l ଶବର ସଂସ୍କୃତି ର ସୁରକ୍ଷା, ସଂରକ୍ଷଣ, ପୁନଃଉଦ୍ଧାର ଆବଶ୍ୟକ ବୋଲି ରାଜ୍ୟସଭା ସାଂସଦ ଶ୍ରୀ ବିଶି ପ୍ରକାଶ କରିଥିଲେ l ଶବର ରାଜା ବିଶ୍ୱବଶୁଙ୍କ ନୀଳମାଧଵ ସଂସ୍କୃତି, ନୀଳମାଧଵ ସଂସ୍କୃତି ରୁ ଶ୍ରୀ ଜଗନ୍ନାଥ ସଂସ୍କୃତି ବିଶ୍ୱବିଦିତ ଥିବା ବେଳେ ରାମାୟଣ ବର୍ଣିତ ତ୍ରେତୟା ଯୁଗର ଶ୍ରୀରାମ ଏବଂ ଶ୍ରାବଣl ଶବରୀ ଙ୍କ ଶବରୀ ନାରାୟଣ ସଂସ୍କୃତି ଖ୍ୟାତି ସୃଷ୍ଟି କରିଛି l ମଞ୍ଚରେ ସମ୍ପାଦକ ସାରଥୀ ବାଗ ସଭା ପରିଚାଳନା କରିଥିଲେ ।