-+91-9937148622 |
prerana_bgr@rediffmail.com |
Wednesday 23rd September 2026 |
R.N.I. Regd No. ODIODI/2010/46693
Breaking News
04-Oct-2024
ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ସ୍ବଚ୍ଛତା ହିଁ ସେବା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ"ସ୍ଵଭାବ ସ୍ଵଚ୍ଛତା, ସଂସ୍କାର ସ୍ଵଚ୍ଛତା" ବାର୍ତ୍ତା ନେଇ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉତ୍ତମ ସ୍ବାସ୍ଥ୍ୟ ଗଠନ ନିମନ୍ତେ ସମସ୍ତେ ପରିବେଶର ପରିଷ୍କାର ପରିଚ୍ଛନ୍ନତା ପ୍ରତି ପ୍ରାଧାନ୍ୟ ଦେବା ଉଚିତ ବୋଲି ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀମତି ଭାବନା ସାହୁ ମତବ୍ୟକ୍ତ କରିଥିଲେ।ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲାଲ ମୋହନ ସିଂ ଓ ମୋହନ ଚରଣ ମହାନ୍ତଙ୍କ ନେତୃତ୍ୱରେ ଆୟୋଜିତ ସ୍ଵଚ୍ଛତା ହିଁ ସେବା ବିଷୟ ବସ୍ତୁ ଉପରେ ଆଧାରିତ ଚିତ୍ରାଙ୍କନ ପ୍ରତିଯୋଗିତାରେ ବ୍ଲକର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।ପ୍ରତିଯୋଗୀମାନଙ୍କ ମଧ୍ୟରେ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ କରିସ୍ମା ପଟେଲ,ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦ୍ୱାରୀର ଛାତ୍ରୀ ଶ୍ରୁତି ପଟେଲ୍ ଏବଂ ଛାତ୍ର ଡିଲେଶ୍ୱର ବଢେଇ ଯଥାକ୍ରମେ ପ୍ରଥମ,ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ ସାନ୍ତ୍ଵନା ମୂଳକ ଭାବରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବ୍ଲକ କଲୋନୀର ଛାତ୍ର ଉତ୍କର୍ଷ ଭୋଇ ଏବଂ ଦ୍ୱାରିକାଧୀଶ ହାଇସ୍କୁଲ ଦ୍ୱାରୀର ଛାତ୍ରୀ ପିଙ୍କି ବଢେଇ କୃତିତ୍ୱ ଅର୍ଜନ କରିଥିଲେ।ସମ୍ମାନିତ ଅତିଥି ଭାବରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଅମ୍ବାଭୋନାର ସତ୍ୟରାମ
ମାଝୀ ଓ ଓଡ଼ିଶା ଜୀବିକା ମିଶନର ବ୍ଲକ ପ୍ରକଳ୍ପ ମ୍ୟାନେଜର ମୂରଲୀଧର ଗଡ଼ତିଆ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସି ଆର ସି ସି କେଦାର ନାଏକ, ଶିକ୍ଷକ ସଞ୍ଜୟ ଖମାରୀ, ଶିକ୍ଷକ ମିଳନ ପଟେଲ, ଶିକ୍ଷକ ସ୍ୱାଧୀନ ସାହୁ, ଶାନ୍ତନୁ କୁମାର ମିଶ୍ର ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ।ବ୍ଲକ୍ କଲୋନୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ୟାମ ଚରଣ ନାଏକ, ସିଦ୍ଧାର୍ଥ ଶଙ୍କର ପ୍ରଧାନ, ଆକୁଳ ବାଗ, ଶିକ୍ଷୟିତ୍ରୀ ବବଲି ଭେସ୍ରା ଓ ଇନ୍ଦୁ ବଘେଲଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।ଶେଷରେ ଶିକ୍ଷକ ସଞ୍ଜୟ ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ।