-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
03-Oct-2024
ଆଗଲପୁର, (ବିନୋଦ ଦୀପ) ଆଗଲପୁର ବ୍ଲକ ଅନ୍ତର୍ଗତ ନୁନିଆଁପାଳି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସର ମଧ୍ୟରେ ଗାନ୍ଧୀ ଜୟନ୍ତୀ ଅବସର ରେ ଏକ ସ୍ବତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟଅତିଥି ଭାବେ ଆଗଲପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ କୁଲଦୀପ ମହାନ୍ତି ଯୋଗ ଦେଇଥିବା ବେଳେ ସମିତି ସଭ୍ୟା ବିଳାସିନୀ ଭୋଇ , ପିରମିଲ ଫାଉଣ୍ଡେସନ ର ଅଧିକାରୀ ଦେବୀପ୍ରସାଦ ପରିଡା, ଜିଲ୍ଲା କୋଡ଼ିନେଟ ର ଖଗେଶ୍ବର ମହାକୁଡ଼ , ସଂଯୋଜକ ଶ୍ରଦ୍ଧା କ୍ରୀଷ୍ଣା ମଂଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ l ସରପଞ୍ଚ ପୁଷ୍ପାଞ୍ଜଳି ସାହୁ ଙ୍କ ତତ୍ୱାବଧାନ ରେ ଚାଳିତ ସଭାରେ ଗ୍ରାମ ପଞ୍ଚାୟତ ଅଧିକାରୀ ସୌଭାଗ୍ୟ ପଧାନ ମଞ୍ଚ ପରି ଚାଳନା କରିଥିଲେ l ଏହି ସଭାରେ ଗ୍ରାମ ପଞ୍ଚାୟତ କୁ ସ୍ବାସ୍ଥ୍ୟ , ବୃକ୍ଷରୋପଣ , ନିଶା ନିବାରଣ ଓ ଆଗାମୀ ଦିନରେ ପ୍ରଗତି ପଥରେ ଗ୍ରାମ ପଞ୍ଚାୟତ କୁ ନେବା ପାଇଁ ସମସ୍ତ ଜନସାଧାରଣ , ମା ,ଭଉଣୀ , ଆଶା , ଅଙ୍ଗନବାଡି କର୍ମୀ ତଥା ଅତିଥି ମାନେ ଶପଥ ଗ୍ରହଣ କରିଥିଲେ l ଏହା ସହିତ ଜନ ସହଭାଗିତା , ଜନ ଯୋଜନା ଅଭିଯାନ କୁ ଗତିଶୀଳ କରିବା ସହିତ ଶିଶୁ ଠାରୁ ବୃଦ୍ଧା ହେବା ପର୍ଯ୍ୟନ୍ତ ନିଜ ବିକାଶ ଧାରା କୁ ତ୍ୱରାନ୍ୱିତ କରିବା ଆଜିର ସଭାର ମୂଳ ଲକ୍ଷ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ l
ଏହିପରି ଦେଶ ସ୍ବାଧୀନ ହେବାର ଦିନ ଠାରୁ ଅଦ୍ୟାବଧି କେତେ ପ୍ରଗତି ହୋଇଛି ଓ ପୂର୍ବ ଓ ଆଜି ର ଦେଶ ,ରାଜ୍ୟ , ଗ୍ରାମ ମଧ୍ୟରେ କେତେ ଉନ୍ନତି ହୋଇଛି ଏହା ଉକ୍ତସଭା ରେ ଆଲୋଚନା ହୋଇଥିଲା l ଏହି ସଭାର ପ୍ରଥମେ ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ଉପରେ ଫୁଲ ଦୀପ ଦେଇ ପୂଜାର୍ଚନା କରାଯାଇ ଥିଲା l ଗ୍ରାମ ପଞ୍ଚାୟତ ର 70 ବର୍ଷ ରୁ ଉର୍ଦ୍ଧ ବୃଦ୍ଧ ବୃଦ୍ଧା ଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା l ନୁନିଆପାଲି ଛେଲିଆପାଟ ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଗଲା l ଏହି ସଭାକୁ କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟବ୍ରତ କନ୍ଧେର , ପୂର୍ବତନ ସମିତି ସଭ୍ୟ ନୁରାଚାନ୍ଦ ସାହୁ , ସଞ୍ଜୀବ ସାହୁ , ଲିଙ୍ଗରାଜ ପଧାନ , ଭରତ ରାଉତ ପ୍ରମୁଖ ସହଯୋଗ କରିଥିଲେ l