-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
01-Oct-2024
- ସୁବର୍ଣ୍ଣପୁର( ମନୋରଞ୍ଜନ ତ୍ରିପାଠୀ )
ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲପାଳ ଅଞ୍ଜଳିନ ପଧାନ ଙ୍କ ଦ୍ଵାରା ଚାଇଲ୍ଡ ହେଲ୍ପ ଲାଇନ ସୁବର୍ଣ୍ଣପୁର ର ସ୍ଵତନ୍ତ୍ର କାର୍ଯ୍ୟାଳୟ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସଂଲଗ୍ନ ଉପର ମହଲାରେ ଉଦଘାଟିତ ହୋଇଯାଇଛି। ଚାଇଲ୍ଡ ହେଲ୍ପ ଲାଇନ ପ୍ରକଳ୍ପ ସଂଯୋଜକ ଓ ତାଙ୍କର ଷ୍ଟାଫ ଦ୍ଵାରା ଆୟୋଜିତ ସ୍ଵତନ୍ତ୍ର ପୂଜାପାଠ ପରେ ଉପଜିଲ୍ଲାପାଳ ରିବନ କାଟି କାର୍ଯ୍ୟାଳୟକୁ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଦୁଲେଶ୍ୱର୍ ଖାକା ଡେପୁଟି କମିଶନର , ଶିଶୁ କଲ୍ୟାଣ ସମିତି ର ଅଧକ୍ଷ ଶଙ୍କର୍ଷଣ ପଣ୍ଡା ଓ ତାଙ୍କର ସଦସ୍ୟ ଶାନ୍ତନୁ କର୍ଣ୍ଣ ଏବଂ ହେମନ୍ତ ଶା, ଚତୁର୍ଭୁଜ ଦାସ ଡିସିପିଓ, ବିଜୟ ବିଶ୍ଵାଳ ଡିଶିପିୟୁ, ସବିତା ଦୋରା ସିଦିପିଓ ତରଭା, ଅନିତା ଗୁରୁ, ଶୁଦେସେନା ମେହେର ଓ ବାସନ୍ତୀ ଭୋଇ ପିଓ DSWO, ଜଗୋଦାନ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ ଜିଲ୍ଲା ପ୍ରକଳ ସଂଯୋଜକ ଚାଇଲ୍ଡ ହେଲ୍ପ ଲାଇନ ସୁଜିତ କୁମାର ମିଶ୍ର ଆୟୋଜନ କରିଥିଲେ।