-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
01-Oct-2024
ଲୋଇସିଂହା, (ବିନୋଦ ଦୀପ) ଲୋଇସିଂହା ବ୍ଲକଅନ୍ତର୍ଗତ ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ କେଉଁଟିପାଲୀ ରେ ଶିଶୁ ମହୋତ୍ସବ ସୁରଭି - 2024 କାର୍ଯ୍ୟକ୍ରମ ଅନୁଷ୍ଠିତ l ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ଏଡିସନାଲ ଏସ. ପି ଶ୍ରୀଯୁକ୍ତ ହେମସାଗର ନନ୍ଦ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅଵସରପ୍ରାପ୍ତ ଅସିଷ୍ଟାଣ୍ଟ ସିଟି ଏବଂ ଜିଏସଟି ଅଧିକାରି ଅଗସ୍ତି ନନ୍ଦ, ମୁଖ୍ୟବକ୍ତା ଅଵସର ପ୍ରାପ୍ତ ପ୍ରଧାନଶିକ୍ଷକ ଅଶୋକ କୁମାର ତ୍ରିପାଠୀ, ସିଆରସିସି ସୁରେଶଚନ୍ଦ୍ର ଭୋଇ, ସଭାର ସଭାପତି ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶାନ୍ତିଲାଲ ନନ୍ଦ, ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ବାହାଦୁର ନନ୍ଦ ପ୍ରମୁଖ ଅଂଶଗ୍ରହଣ କରିଥିଲେ l
ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅନ୍ୟାନ୍ୟ ବିଦ୍ୟାଳୟ ରୁ ଆସିଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଗଣ ସୁରଭି କାର୍ଯ୍ୟକ୍ରମ ରେ ଯୋଗଦାନ କରି ଉକ୍ତ କାର୍ଯ୍ୟକ୍ରମ କୁ ସାଫଲ୍ୟ କରିଥିଲେ l ଏହି ସୁରଭି କାର୍ଯ୍ୟକ୍ରମ ରେ ବିଭିନ୍ନ ବିଭାଗ ରେ ଭାଗନେଇ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରାଗଲା l ସଭା ଶେଷରେ ସହକାରୀ ଶିକ୍ଷକ ହିମାଂଶୁ ଶେଖର ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ l