-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
30-Sep-2024
ବରଗଡ଼(ନିରଞ୍ଜନ ତ୍ରିପାଠୀ): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ସଦରମହକୁମା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ଵଚ୍ଛତା ପକ୍ଷ ପାଳନ କରାଯାଉଛି।ଭାରତ ସରକାରଙ୍କର ଦ୍ଵାରା ପ୍ରାୟୋଜିତ ସ୍ଵଚ୍ଛତା କାର୍ଯ୍ୟକ୍ରମକୁ ଲୋକାଭିମୁଖୀ କରିବା ପାଇଁ 'ସ୍ଵଚ୍ଛତା ହିଁ ସେବା' ପଥପ୍ରାନ୍ତ ନାଟକ ନୃତ୍ୟ ଗୀତ ଆଦି ପରିବେଷିତ କରାଯାଉଛି । ସହରର ହନୁମାନ ପଡା ଛକ ଏବଂ ମେହେର ପଡା ଛକ ଠାରେ ଆୟୋଜିତ ପଥପ୍ରାନ୍ତ ନୃତ୍ୟକୁ ଲୋକେ ମନ ଭାରି ଉପଭୋଗ କରିଥିଲେ।ସ୍ଵାସ୍ଥ୍ୟ ହିଁ ସଂପଦ। ସୁସ୍ଥ ସବଳ ରହିବା ପାଇଁ ସ୍ଵଚ୍ଛ ପରିବେଶର ଆବଶ୍ୟକତା ରହିଛି।ନିୟମ ପ୍ରଣୟନ ହୋଇଗଲେ ସବୁ ସମସ୍ୟାର ସମାଧାନ ହୋଇପାରିବ ନାହିଁ। ବ୍ୟକ୍ତିଗତ ଭାବେ ଲୋକେ ସଚେତନ ହୋଇ ତାଙ୍କର ମାନସିକତାରେ ପରିବର୍ତ୍ତନ ଆଣିଲେ ଯାଇ ସ୍ଵଚ୍ଛ ଭାରତ ଅଭିଯାନ ସଫଳ ହୋଇପାରିବ। ଏଭଳି ବାର୍ତ୍ତା ନେଇ ସ୍ଥାନୀୟ ସଂଗୀତ ସମିତି, ପଦ୍ମପୁର ଅନୁଷ୍ଠାନ ର କଳାକାର ମାନଙ୍କ ଦ୍ଵାରା ପଥପ୍ରାନ୍ତ ନୃତ୍ୟ "ସ୍ଵଚ୍ଛତା ହିଁ ସେବା" ପରିବେଷିତ ହୋଇଥିଲା। ସ୍ଵଚ୍ଛତା ଅଭିଯାନର ବିଭିନ୍ନ ଦିଗକୁ କଳାକାର ଗଣ ନିଜର କଳା ମାଧ୍ୟମରେ ଜନ ସଚତନତା ସୃଷ୍ଟି କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧିକାରୀ ଦୁଷ୍ମନ୍ତ ବେହେରା, ସି. ଏମ. ଏମ. ସୁଲେଖା ପଣ୍ଡିତ ଓ ଅନ୍ୟ କର୍ମଚାରୀ ମାନଙ୍କ ସମେତ ସ୍ଵଚ୍ଛତା ସାଥୀ ମାନେ ଉପସ୍ଥିତ ରହି ଥିଲେ।