-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
30-Sep-2024
ନବରଙ୍ଗପୁର -(ମିହିର ଶଙ୍କର ପାତ୍ର,)
ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଆନୁକୁଲ୍ୟରେ ନବରଙ୍ଗପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଛାତ୍ର ଛାତ୍ରୀ , ପିତାମାତା ତଥା ଅଭିଭାବକଙ୍କ ସହ ଶିକ୍ଷକଙ୍କର ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବୈଠକକୁ ଉଦଘାଟନ କରି ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ଡି. ଗୋବିନ୍ଦା ରାଓ ଛାତ୍ର ଛାତ୍ରୀମାନଙ୍କ ନିମନ୍ତେ APAAR ID ର ଉପାଦେୟତା ବିଷୟରେ ଆଲୋଚନା କରିଥିଲେ । ଏଥିନିମନ୍ତେ ପିତାମାତା ତଥା ଅଭିଭାବକ ମାନଙ୍କ ଠାରୁ ପିଲାମାନଙ୍କ ପାଇଁ ଭାରତ ସରକାରଙ୍କ ଦ୍ୱାରା ନିର୍ଦ୍ଦେଶିତ ନିୟମାବଳୀ ଅନୁଯାୟୀ APAAR ID ସୃଷ୍ଟି କରିବା ନିହାତି ଆବଶ୍ୟକ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି ଦର୍ଶନ ବିଭାଗର ଅଧ୍ୟାପକ ଶ୍ରୀ ଶମ୍ଭୁ ପ୍ରସାଦ ହୋତା APAAR ID ଉପରେ ବିଶେଷ ଭାବରେ ବୁଝାଇ ଥିଲେ। ସମାନ୍ତରାଳ ଭାବରେ ଛାତ୍ର ଛାତ୍ରୀ ତଥା ଅଭିଭାବକଙ୍କ ପାଖରୁ ସମ୍ମତି ପତ୍ରକୁ ତନଖି କରି ଗ୍ରହଣ କରାଯାଇଥିଲା। ମହାବିଦ୍ୟାଳୟ ର ଅଧ୍ୟାପକ ଅଧ୍ୟାପିକା ମାନେ ଏହି ଫର୍ମ ଗୁଡ଼ିକୁ ଯାଞ୍ଚ କରି ଗ୍ରହଣ କରିଥିଲେ । ଏହାଦ୍ବାରା ଆଗାମୀ ଦିନରେ ଛାତ୍ର ଛାତ୍ରୀ ମାନଙ୍କର ବିଭିନ୍ନ ଶିକ୍ଷା ପ୍ରମାଣ ପତ୍ର ତଥା ଅନ୍ୟାନ୍ୟ ଦଲିଲ ଗୁଡ଼ିକୁ ସୁରକ୍ଷିତ ଭାବରେ ରଖାଯାଇପାରିବ ବୋଲି ମତ ପ୍ରକାଶ ପାଇଥିଲା । ପ୍ରଧ୍ୟାପିକା ଶ୍ରୀମତୀ ସଙ୍ଗୀତା ତ୍ରିପାଠୀ, ଅଧ୍ୟାପକ ଶ୍ରୀ ମନୋରଞ୍ଜନ ଖୁରା ଓ ଅଧ୍ୟାପକ ଆଲୋକ ଦାସ ଙ୍କର ପ୍ରତ୍ୟକ୍ଷ ପରିଚାଳନା ରେ କାର୍ଯ୍ୟକ୍ରମର ବିଭିନ୍ନ ପର୍ଯ୍ୟାୟ କୁ ପୁଙ୍ଖାନୁପୁଙ୍ଖ ଭାବରେ ଅନୁଶୀଳନ କରାଯିବା ସହିତ ନିକଟ ଭବିଷ୍ୟତରେ ସମସ୍ତଙ୍କ ପାଇଁ APAAR ID ଦିଆଯିବାର ବ୍ୟବସ୍ଥା କରାଯିବ ବୋଲି କହିଥିଲେ। ପ୍ରକାଶ ଥାଉକି ଓଡ଼ିଶା ସାରା ସମସ୍ତ ଉଚ୍ଚ ବିଦ୍ୟାଳୟ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ କରାଯିବା ସହିତ ଛାତ୍ର ଛାତ୍ରୀ ମାନଙ୍କୁ ସଚେତନ କରାଯାଇଛି।