-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
30-Sep-2024
ବଲାଙ୍ଗିର(ପ୍ରେରଣା ଖବର): ଆଜି ବଲାଙ୍ଗିର ସହର ମଧ୍ୟରେ ଥିବା କଲେଜ ଛକ, କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ପୌରପାଳିକାରେ କାର୍ଯ୍ୟରତ ସଫେଇ କର୍ମଚାରୀ ମାନଙ୍କ ସବିଶେଷ ସ୍ୱାସ୍ଥ୍ୟ ନିରୀକ୍ଷଣ, ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ତାଙ୍କ ବିଭିନ୍ନ ରୋଗ ଓ ସମ୍ଭାବ୍ୟ ସ୍ୱାସ୍ଥ୍ୟଜନିତ ସମସ୍ୟା ଯଥା ଉଚ୍ଚନିମ୍ନ ରକ୍ତଚାପ, ମଧୁମେହ, ଜ୍ୱର,କାଶ, ମେଲେରିଆ, ଯକ୍ଷ୍ମା ଇତ୍ୟାଦିକୁ ତର୍ଜମା କରାଯାଇ ଉପଯୁକ୍ତ ସ୍ୱାସ୍ଥ୍ୟ ଓ ନିରନ୍ତର ସ୍ୱାସ୍ଥ୍ୟ ଯତ୍ନ ପାଇଁ ପରାମର୍ଶ ଦିଆଯାଇଥିଲା l ଏହି ସ୍ୱାସ୍ଥ୍ୟ ଶିବିରରେ
ସର୍ବମୋଟ ୨୨୨ ରୁ ଉର୍ଦ୍ଧ୍ଵ ସଫେଇ କର୍ମଚାରୀ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିବା ବେଳେ ପ୍ରାୟ ୭୦ ଜଣ ନିଜ ରକ୍ତପରୀକ୍ଷା ପାଇଁ ନମୁନା ସଂଗ୍ରହ କରାଇଥିଲେ l ସ୍ୱାସ୍ଥ୍ୟଶିବିରରେ ବଲାଙ୍ଗିର ଜାତୀୟ ସ୍ୱାସ୍ଥ୍ୟ ମିଶନ (NHM) ପକ୍ଷରୁ ଜିଲ୍ଲା ଉପସ୍ୱାସ୍ଥ୍ୟ ଅଧିକାରୀ ଡା.ଦିବ୍ୟ କିଶୋର ପତି. ମୁଖ୍ୟ ପର୍ଯ୍ୟବେକ୍ଷକ ଭାବେ ଯୋଗଦାନ କରିଥିବା ବେଳେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ଶାସ୍ତ୍ରୀ ନଗର ମେଡିକାଲ ଅଫିସର ଡା.ସତ୍ୟ ନାରାୟଣ ସାହୁ, ୟୁ ପି ଏଚ୍ ସି କାନ୍ଧପାଲି ମେଡିକାଲ ଅଫିସର ଡା. ଏନ. କେ ପାଢ଼ୀ, ଏନ.ଏଚ. ଏମ.ଏ ପି ଏମ୍ ଡ. ରାମାନୁଜ ପଣ୍ଡା
ସ୍ୱାସ୍ଥ୍ୟ ଚିକିତ୍ସା ପରିଚାଳନା କରାଇଥିଲେ l ନେସନାଲ ପିସ ୟୁନିସନ ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ନିର୍ଦ୍ଦେଶକ ସତ୍ୟ ରଞ୍ଜନ ମିଶ୍ର ଓ ଚେୟାରମ୍ୟାନ ରବିରଞ୍ଜନ ପୁଝାରୀ, ଏନ୍ ଏଚ୍ ଏମ୍ ର ସ୍ୱାସ୍ଥ୍ୟ ନିରୀକ୍ଷକ ଦେବେଶ ରାଉତ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ଶିବିରକୁ ପରିଚାଳନା କରିଥିଲେ l ଉଭୟ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ସଭ୍ୟସଭ୍ୟାଙ୍କ ସକ୍ରିୟ ଅଂଶଗ୍ରହଣ ରେ ପୌରପରିଷଦ ସଫେଇ କର୍ମଚାରୀ ମାନଙ୍କ ସ୍ୱାସ୍ଥ୍ୟ ଶିବିର ସୁଚାରୁରୂପେ ସମ୍ପର୍ଣ୍ଣ ହୋଇଥିଲା l
ଉପରୋକ୍ତ ସ୍ୱାସ୍ଥ୍ୟ ଶିବିର ପୌରପାଳିକା ଅଧ୍ୟାକ୍ଷା ଶ୍ରୀମତୀ ଲିକା ସାହୁ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ସ୍ୱାସ୍ଥ୍ୟ କେନ୍ଦ୍ର ଓ ଜାତୀୟ ସ୍ୱାସ୍ଥ୍ୟଙ୍କ ପ୍ରତକ୍ଷ ଚିକିତ୍ସା ପରିଚାଳନା ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ l