-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
30-Sep-2024
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ଜିଲ୍ଲା ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ଵଚ୍ଛତା ପକ୍ଷ ପାଳନ କରାଯାଉଛି।ଭାରତ ସରକାରଙ୍କର ଦ୍ଵାରା ପ୍ରାୟୋଜିତ ସ୍ଵଚ୍ଛତା କାର୍ଯ୍ୟକ୍ରମକୁ ଲୋକାଭିମୁଖୀ କରିବା ପାଇଁ 'ସ୍ଵଚ୍ଛତା ହିଁ ସେବା' ପଥପ୍ରାନ୍ତ ନାଟକ ପରିବେଷିତ ହୋଇଯାଇଛି।ସହରର ମାଝୀପାଲିରେ ଆୟୋଜିତ ପଥପ୍ରାନ୍ତ ନାଟକକୁ ଏନ୍ ଏ ସି ଅଧ୍ୟକ୍ଷା ସୀତା ବାରିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ସ୍ଵାସ୍ଥ୍ୟ ହିଁ ସଂପଦ। ସୁସ୍ଥ ସବଳ ରହିବା ପାଇଁ ସ୍ଵଚ୍ଛ ପରିବେଶର ଆବଶ୍ୟକତା ରହିଛି।ନିୟମ ପ୍ରଣୟନ ହୋଇଗଲେ ସବୁ ସମସ୍ୟାର ସମାଧାନ ହୋଇପାରିବ ନାହିଁ। ବ୍ୟକ୍ତିଗତ ଭାବେ ଲୋକେ ସଚେତନ ହୋଇ ତାଙ୍କର ମାନସିକତାରେ ପରିବର୍ତ୍ତନ ଆଣିଲେ ଯାଇ ସ୍ଵଚ୍ଛ ଭାରତ ଅଭିଯାନ ସଫଳ ହୋଇପାରିବ।ଏଭଳି ବାର୍ତ୍ତା ନେଇ ସ୍ଥାନୀୟ ଆଲତି ସାଂସ୍କୃତିକ ସଂଘ
ଦ୍ଵାରା ପଥପ୍ରାନ୍ତ ନାଟକ "ସ୍ଵଚ୍ଛତା ହିଁ ସେବା" ପରିବେଷିତ ହୋଇଥିଲା। ସ୍ଵଚ୍ଛତା ଅଭିଯାନର ବିଭିନ୍ନ ଦିଗକୁ କଳାକାର ଗଣ ନିଖୁଣ ଅଭିନୟ ମାଧ୍ୟମରେ ଜନ ସଚତନତା ସୃଷ୍ଟି କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାନିଟେସନ ଏକ୍ସପଟ ଅର୍ଜୁନ ସିଂହ,ସୁପରଭାଇଜର ସୁଷମା ଭୋଇ, ପ୍ରକାଶ ଭୋଇ, ତୁଷାର ମେହେର ସମେତ ସ୍ଵଚ୍ଛ ସାଥୀଗଣ ଉପସ୍ଥିତ ଥିଲେ।ଏହି ନାଟକକୁ ନାଟ୍ୟକାର ମୋହନ ସିଂ ରଚନା କରିଥିବାବେଳେ କଳାକାର ରାଜେଶ୍ଵର ବେହେରା ନିର୍ଦ୍ଦେଶନା ଦେଇଥିଲେ।ନୀଳମଣି ମେହେର,ଭାଗବତ ପଧାନ,ଭରତ ସାହୁ,ରାଜେଶ୍ଵର ବେହେରା, ମୌସୁମୀ,ଲିପି ସାହୁ, କୁମର ମହାନନ୍ଦ ପ୍ରମୁଖ ଅଭିନୟ କରିଥିଲେ। ଘନଶ୍ୟାମ ସାହୁ, ଦେବେନ୍ଦ୍ର ମଟାରୀ, ଗୋବିନ୍ଦ କଲେତ,ଶିବ ପ୍ରଧାନ ପ୍ରମୁଖ ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ।