-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
30-Sep-2024
ନୟାଗଡ଼/ଗଣିଆ, ଉତ୍କଳ ସାମ୍ବାଦିକ ସଂଘ ନୟାଗଡ଼ ଜିଲ୍ଲା ଶାଖା ଅଧିନସ୍ଥ ଗଣିଆ ବ୍ଳକ ଶାଖା ବୈଠକ ସ୍ଥାନୀୟ ଅରୋମିରା କୋଚିଙ୍ଗ ସେଣ୍ଟର୍ ପରିସରରେ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ଶାଖା ସଭାପତି ଶ୍ରୀକାନ୍ତ ଖଟେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାଂଗଠନିକ କାର୍ଯ୍ୟଧାରା ଉପରେ ଆଲୋଚନା ହୋଇଥିଲା। ଗଣିଆ ଶାଖାକୁ ସକ୍ରିୟ କରିବା, ସାମ୍ବାଦିକଙ୍କ ସୁରକ୍ଷା ଓ ବିଭିନ୍ନ ସାମାଜିକ କାର୍ଯ୍ୟ ହାତକୁ ନିଆଯିବା ଉପରେ ଆଲୋଚନା ହୋଇଥିଲା। ସଭାପତି ଶ୍ରୀକାନ୍ତ ଖଟେଇ ସଂଘର ନୀତି ଓ ନିୟମ ସମ୍ପର୍କରେ ଆଲୋକପାତ କରିଥିଲେ। ସାମ୍ବାଦିକଙ୍କ ପାଇଁ ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ଉଦ୍ୟମ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ବୈଠକରେ ଗଣିଆ ବ୍ଲକରେ କାର୍ଯ୍ୟରତ ସାମ୍ବାଦିକ ଦେବୀ ପ୍ରସାଦ ଦାଶ, ଅଖିଳ ବିହାରୀ ପାଣିଗ୍ରାହୀ, ବ୍ରଜବନ୍ଧୁ ଦେହୁରୀ,ପ୍ରିୟବ୍ରତ ଷଡ଼ଙ୍ଗୀ, ସରୋଜ କୁମାର ଦାଶ, ବିଜୟଲକ୍ଷ୍ମୀ ରାଉତ, ଅଜିତ କୁମାର ଦାଶ, ଆଲୋକ କୁମାର ସାହୁ, ଆନନ୍ଦ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଜିଲ୍ଲା ସମ୍ପାଦକ ସୂଚନା ପ୍ରଦାନ କରିଥିଲେ । ଗଣିଆରେ ଏକ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରିବା ମତ ପ୍ରକାଶ ପାଇଥିଲା। ଏଥି ସହିତ ସଂଘରେ ଅନ୍ୟ ସାମ୍ବାଦିକଙ୍କୁ ସାମିଲ କରିବା ପାଇଁ ଗୁରୁତ୍ଵ ଦିଆ ଯାଇଥିଲା। ଏହି ବୈଠକରେ ଜିଲ୍ଲା କମିଟି ତରଫରୁ ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା ସଭାପତି ଶ୍ରୀକାନ୍ତ ଖଟେଇ, ସମ୍ପାଦକ ବୈଦ୍ୟ ଭୂଷଣ ମହାପାତ୍ର, ରାମକୃଷ୍ଣ ରଥ, ଅନୀଲ କୁମାର ପଣ୍ଡା, ରବୀନ୍ଦ୍ର ଦାଶ, ବିଶ୍ୱଜିତ୍ ନାୟକ କାର୍ଯ୍ୟରତ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ସଭାପତିଙ୍କୁ ଗଣିଆ ସଦସ୍ୟମାନେ ଏଭଳି କାର୍ଯ୍ୟକ୍ରମ ଆୟୋଜନ ପାଇଁ ଧନ୍ୟବାଦ ଦେଇଥିଲେ।
(ଗଣିଆରୁ ବିଜୟ ଲକ୍ଷ୍ମୀ ରାଉତଙ୍କ ରିପୋର୍ଟ)