-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
29-Sep-2024
ବରଗଡ଼:(ନିରଞ୍ଜନ ତ୍ରିପାଠୀ) ରବିବାର ଅପରାହ୍ନ ଏକ ଘଣ୍ଟା ସମୟରେ ବରଗଡ଼ ବ୍ଲକ ଅନ୍ତର୍ଗତ ଗାଇସୀମା ଗ୍ରାମର ଗୋବିନ୍ଦ ଦେହେରୀ-ବୟସ ୪୮ ବର୍ଷ, ପିତା ନିଳମଣୀ ଦେହେରୀ ବିଦ୍ୟୁତ ଦୁର୍ଘଟଣା କାରଣରୁ ମୃତ୍ୟୁବରଣ କରିଛନ୍ତି। ଘାସ କାଟିବାକୁ ଯାଇ ବିଦ୍ୟୁତ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।ଏନେଇ ମୃତ ଗୋବିନ୍ଦଙ୍କ ସ୍ତ୍ରୀ କମଳା ଦେହେରୀଙ୍କୁ TPWODA ପକ୍ଷରୁ ତତ୍କାଳୀନ ପାଣ୍ଠିରୁ ଏକ ଲକ୍ଷ ଟଙ୍କା ନଗଦ ରାଶି ପ୍ରଦାନ କରାଯାଇଛି। ସ୍ତ୍ରୀ ଙ୍କ ଅନୁପସ୍ଥିତ ହେତୁ ତାଙ୍କ ବଡପୁଅ ଚନ୍ଦନ ଦେହେରୀ ଏକ ଲକ୍ଷ ଟଙ୍କା ସହାୟତା ରାଶି ଗ୍ରହଣ କରିଛନ୍ତି। ପରବର୍ତ୍ତୀ ସମୟରେ ବାକି ଅର୍ଥ ରାଶି ପି.ଏମ ରିପୋର୍ଟ ଆସିବାପରେ OERC ପାଣ୍ଠିରୁ ଚାରି ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲିି ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି।