-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
28-Sep-2024
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ରାଣା ପ୍ରତାପ ସ୍କୁଲରେ ଓକେ.ସି.ଏଲ ଆନୁକୁଲ୍ୟରେ ମିଟ କମ୍ପ୍ୟୁଟର ତରଫରୁ କୁଇଜ୍ ପ୍ରତିଯୋଗିତା ଅନୁଷ୍ଟିତ ହୋଇ ଯାଇଛି । କମ୍ପ୍ୟୁଟର ଟ୍ରେନର ପ୍ରଶାନ୍ତ ପ୍ରଧାନ ଅଧ୍ୟକ୍ଷ ଆଲୋକ ରଞ୍ଜନ ଦାଶ ଉପସ୍ଥିତ ରହି ଛାତ୍ର ଛାତ୍ରୀ କେରିଅର କାଉନସେଲିଂ କରିବା ସହ ଅନୁଷ୍ଟିତ କୁଇଜ୍ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ ।ପ୍ରଧାନ ଶିକ୍ଷକ ସୁଦୀପ କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ପୁରସ୍କାର ବିତରଣ ଉତ୍ସବରେ ସ୍କୁଲ କମିଟି ଅଧ୍ୟକ୍ଷା ପଦ୍ମିନୀ ଗଡତିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରୀ ରେଣୁକା ଭୋଇ,ଅଶ୍ଳେଷା ମହାନନ୍ଦ ଓ ଛାତ୍ର ସଞ୍ଜୀବ ମୁଖିଆ ଙ୍କୁ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।