-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
27-Sep-2024
ମନମୁଣ୍ଡା(ପ୍ରେରଣା ଖବର): ଗତ ୨ଦିନ ହେଲା ରେ ମନମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କାର୍ଯ୍ୟରତ ସ୍ୱାସ୍ଥ୍ୟ କର୍ମୀ ମାନେ ୧୦ଦଫା ଦାବି ନେଇ ଧାରଣା ଦେଇଛନ୍ତି I ସେ ଗୁଡିକ ହେଲା ପୂର୍ବରୁ ନିଯୁକ୍ତି ପାଇଥିବା ନର୍ସିଂ ଅଫିସର ମାନଙ୍କର ୬ବର୍ଷ ର ଚୁକ୍ତିଭିତିକ କାର୍ଯ୍ୟକାଳ ସମୟ ସୀମାକୁ ମିଶାଇ ପୋଦନ୍ନତି ଦେବା ସହ ସରକାରୀ ଆର୍ଥିକ ସହାୟତା ୧୬ବର୍ଷରୁ ଉର୍ଦ୍ଧ କାମ କରୁଥିବା ନର୍ସ କୁ ଦୁଇଟି ପୋଦନ୍ନତି ଭଳି ୧୦ଗୋଟି ଦାବି ତଥା ୧୨/୧୧/୨୦୧୩ ପୁର୍ବରୁ ନିଯୁକ୍ତି ପାଇଥିବା ନର୍ସିଂ ଅଫିସର ମାନେ ଏହି ଧାରଣା ଦେଇଛନ୍ତି। ସ୍ଥାନୀୟ ନର୍ସିଂ ଅଫିସର ମାନେ ରୋଗୀ ଙ୍କୁ ସେବା ଯୋଗେଇ ଦେବା କୁ ନିଷ୍ପତ୍ତି ନେଇଛନ୍ତି। ବର୍ଷା ସମୟରେ ବହୁ ସଂଖ୍ୟାରେ ରୋଗୀଙ୍କ ଭିଡ ଜମୁଥିବା ବେଳେ କର୍ମଚାରୀ ମାନଙ୍କ ନ୍ୟାର୍ଯ୍ୟ ଦାବୀ ଗୁଡ଼ିକ ମଧ୍ୟ ଯଥାର୍ଥତା ରହିଥିବା କହିଛନ୍ତି, ଅଞ୍ଚଳ ବାସୀ।ତେଣୁ ସରକାର ସେମାନଙ୍କ ଦାବୀ ଗୁଡ଼ିକ ଯଥା ଶୀଘ୍ର ପୂରଣ କରି କର୍ମଚାରୀଙ୍କୁ କର୍ମ କ୍ଷେତ୍ର କୁ ଫେରେଇ ଆଣିବାକୁ ମତ ପ୍ରକାଶ କରିଛନ୍ତି।ଧାରଣା ଦେଇଥିବା କର୍ମଚାରୀଙ୍କ ମଧ୍ୟରେ ସୌମ୍ୟ ରଞ୍ଜନ ଦାସ,ବାସନ୍ତୀ ସାହୁ, ରଞ୍ଜିତା ଜଗଦଲାଙ୍କ ସମେତ ବହୁ କର୍ମଚାରୀ ଧାରଣାରତ ଥିଲେ।