-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
27-Sep-2024
ବଲାଙ୍ଗୀର(ପ୍ରେରଣା ଖବର): ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ,ପ୍ରଜ୍ଞା ବିହାର,ବଲାଙ୍ଗୀର ଆନୁକୁଲ୍ୟରେ ନୂତନ ଶିକ୍ଷାନୀତି ସମ୍ପର୍କରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରଫେସର ଉମାବଲ୍ଲଭ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ଏହି ଅବସରରେ ସେ ଜାତୀୟ ଶିକ୍ଷାନୀତି ର ମୌଳିକ ଦିଗ ଓ ସମକାଳୀନ ସ୍ଥିତିରେ ଏହାର ପ୍ରାସଙ୍ଗିକତା ସମ୍ପର୍କ ରେ ସବିସ୍ତୃତ ଆଲୋଚନା କରିଥିଲେ।ବିଶ୍ଵବିଦ୍ୟାଳୟ ସହ ଅନୁବନ୍ଧିତ ଥିବା ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ର ଅଧ୍ୟକ୍ଷ ବୃନ୍ଦ ଓ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ମାନେ ଯୋଗଦାନ ପୂର୍ବକ ଆଲୋଚନା ଚକ୍ର ରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ର ପରୀକ୍ଷା ନିୟନ୍ତ୍ରକ ଡ.ନରେନ୍ଦ୍ର କୁମାର ରାଉତ ଜାତୀୟ ଶିକ୍ଷାନୀତି ର ଲକ୍ଷ୍ୟ,ଉଚ୍ଚ ଶିକ୍ଷା କ୍ଷେତ୍ରରେ ଏହାର କାର୍ଯ୍ୟକାରିତା ଓ ସାଂପ୍ରତିକ ଶିକ୍ଷା ବ୍ୟବସ୍ଥା ରେ ଏହାର ପ୍ରାସଙ୍ଗିକତା ସମ୍ପର୍କରେ ଅବଗତ କରାଇଥିଲେ।ଅନ୍ୟତମ ଅତିଥି ଭାବେ ବିଶ୍ଵବିଦ୍ୟାଳୟ ର ସ୍ନାତକୋତ୍ତ ପରିଷଦ ର ଅଧ୍ୟକ୍ଷ ଡ଼.ରାଜକିଶୋର ପାତ୍ର,ମହାବିଦ୍ୟାଳୟ ଉନ୍ନୟନ ପରିଷଦ ର ନିର୍ଦେଶକ ପ୍ରଫେସର ବିଘ୍ନେଶ ପ୍ରସାଦ ମିଶ୍ର,ସହ ନିର୍ଦେଶକ ଡ.ଜିତେନ୍ଦ୍ର କୁମାର ପ୍ରଧାନ,ମାନବ ସମ୍ବଳ ଆୟୋଗର ନିର୍ଦେଶକ ପ୍ରଫେସର ପ୍ରତାପ କୁମାର ଦାସ ଆଦି ଜାତୀୟ ଶିକ୍ଷାନୀତି ୨୦୨୦ ର ବିବିଧ ଦିଗ ସମ୍ପର୍କରେ ଆଲୋକପାତ କରିଥିଲେ।ଏହା ସହ ମହାବିଦ୍ୟାଳୟ ର ଅଧ୍ୟକ୍ଷ ମାନଙ୍କର ଜାତୀୟ ଶିକ୍ଷାନୀତି ୨୦୨୦ ସମ୍ପର୍କିତ ବିଭିନ୍ନ ପ୍ରଶ୍ନର
ସମାଧାନ କରିଥିଲେ ବିଶ୍ଵବିଦ୍ୟାଳୟର ପ୍ରଫେସର ପ୍ରତାପ କୁମାର ଦାସ ଏବଂ ଡ଼.ଜିତେନ୍ଦ୍ର କୁମାର ପ୍ରଧାନ। ଏହି ଆଲୋଚନାଚକ୍ର ରେ ଉପ ପରୀକ୍ଷା ନିୟନ୍ତ୍ରକ ତଥା ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ଡ଼.ସୁଶାନ୍ତ କୁମାର ପଣ୍ଡା ମହୋଦୟ ସ୍ବାଗତ ଭାଷଣ ପ୍ରଦାନ କରିବା ସହ ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଏହି ସଭାରେ ବିଶ୍ଵବିଦ୍ୟାଳୟ ର ଅନ୍ୟତମ ଉପ ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ରୂପଧର ଗମାଙ୍ଗ,ପ୍ରଫେସର ବିଷ୍ଣୁପ୍ରିୟା ବେହେରା ଓ ବିଶ୍ଵବିଦ୍ୟାଳୟ ର ଅନ୍ୟାନ୍ୟ କର୍ମଚାରୀବୃନ୍ଦ ଉପସ୍ଥିତ ଥିଲେ।ସଭା ଶେଷରେ ମାନବ ସମ୍ବଳ ଆୟୋଗର ନିର୍ଦେଶକ ପ୍ରତାପ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।