-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
26-Sep-2024
ସୋନପୁର (ମନୋରଞ୍ଜନ ତ୍ରିପାଠୀ )
ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ ରେ ଜାତୀୟ ସେବା ଦିବସ ପାଳନ କରାଯାଇଛି l ଅଧ୍ୟକ୍ଷା ନଳିନୀ ପ୍ରଭା ପଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଇଁରାଜୀ ଅଧ୍ୟାପକ ମଧୁ ସୁଦନ ପୁଝାରୀ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ l ପ୍ରୋଗ୍ରାମ ଅଫିସର ଅନୁପମା ମିଶ୍ର କାର୍ଯକ୍ରମ କୁ ପରିଚାଳନା କରିଥିବା ବେଳେ ପୁର୍ବତନ ପ୍ରୋଗ୍ରାମ ଅଫିସର ସରସ୍ଵତୀ ଦାସ ଓ ସ୍ନିଗ୍ଧା ଦାସ ବ୍ୟକ୍ତିତ୍ଵ ର ବିକାଶ ଓ ଗୋଷ୍ଠି ସେବା ରେ ନିୟୋଜିତ ହେବାକୁ ସେବା ରେ ସକ୍ରିୟ ରହିବାକୁ ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଅର୍ଥନୀତି ଅଧ୍ୟାପିକା ନିଳୀମା ଗୁରୁ ଓ ଅନ୍ୟାନ୍ୟ ଟିଚିଂ ନନ୍ ଟିଚିଂ କର୍ମଚାରୀ ଉପସ୍ଥିତ ଥିଲେ l