କଣ୍ଟାମାଳରେ ୧୦୯ତମ ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ଙ୍କ ଜୟନ୍ତୀ ପାଳିତ
26-Sep-2024
କଣ୍ଟାମାଳ(ଜୟ କୁମାର ମହାରଣା): ବୌଦ୍ଧ ଜିଲ୍ଲା କଣ୍ଟାମାଳ ପୂର୍ତ୍ତ ବିଭାଗ ବଙ୍ଗଳାଠାରେ କଣ୍ଟାମାଳ ବିଜେପି ମଣ୍ଡଳ ସଭାପତି ଅନିଲ ପ୍ରଧାନଙ୍କ ସଭାପତିତ୍ୱରେ ପଣ୍ଡିତ ଦୀନ ଦୟାଲ ଉପାଧ୍ୟlୟଙ୍କ ୧୦୯ତମ ଜୟନ୍ତୀ ପାଳିତ ହୋଇ ଯାଇଛି l ମୁଖ୍ୟଅତିଥି ଭାବରେ କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ସଦସ୍ୟତା ପ୍ରଭାରୀ ଆନନ୍ଦ ବାରିକ ଯୋଗଦେଇ ଦୀନ ଦୟାଲ ଉପାଧ୍ୟlୟଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଘଣ୍ଟାପଡା ମଣ୍ଡଳ ସଭାପତି ପିନାକଧର ରଣା, ମନମୁଣ୍ଡା ମଣ୍ଡଳ ସଭାପତି ନିରଞ୍ଜନ କର୍ଣ୍, ଋଣ୍ଡିମହୁଲ ସରପଞ୍ଚତଥା ବିଜେପି ନେତା ପଞ୍ଚାନନ ସାହୁ, ବିଜେପି ନେତା ସତ୍ୟନାରାୟଣ ମାଝୀ, କଣ୍ଟାମାଲ ଶକ୍ତିକେନ୍ଦ୍ର ପ୍ରମୁଖ ରାଜୀବ ମିଶ୍ର, ଆଦିବାସୀ ନେତା ଡମ୍ବରୁ ଧର କଂହର,ମହେନ୍ଦ୍ର କୁମାର ସାହୁ,ବିଜେପି ନେତା ଶିତିକଣ୍ଠ ମିଶ୍ର, ବିଜିତ ପ୍ରଧାନ, ନୀଲ ବଘାର ପ୍ରମୁଖ ଯୋଗ ଦେଇଥିଲେ l