-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
25-Sep-2024
ବିନିକା(ହିମାଂଶୁ ଶେଖର ପୁଟେଲ)ଯୁକ୍ତ ଦୁଇ ଉତ୍ତୀର୍ଣ୍ଣ ପରେ ଯୁକ୍ତ ୩ପ୍ରଥମ ବର୍ଷରେ ପାଦ ପକାଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଆଜି ବିନିକା ସିଦ୍ଧାର୍ଥ ଡ଼ିଗ୍ରୀ କଲେଜ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି ।ଠିକ ସେହିପରି ଚଳିତ ସାଧାରଣ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରି ବୀରମହାରାଜପୁର ବିଧାନସଭା ଆସନରୁ ନିର୍ବାଚିତ ବିଧାୟକ ଇଁ ରଘୁନାଥ ଜଗଦଲା ଙ୍କୁ ମଧ୍ୟ କଲେଜ ଷ୍ଟାଫଙ୍କ ତରଫରୁ ଉପଢୋକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।ଅନୁଷ୍ଟିତ ଏହି ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷ ଡ଼ ଧୀରେନ୍ଦ୍ର କୁମାର ନାୟକ
ସଭାପତିତ୍ବ କରି ତାଙ୍କ ଅଭିଭାଷଣରେ ନବାଗତ ଛାତ୍ରଛାତ୍ରୀ ଙ୍କୁ ଶିକ୍ଷାର ଅଗ୍ରଗତି ଦିଗରେ ଶୃଙ୍ଖଳିତ ଜୀବନ ଉପରେ ମାର୍ଗ ଦର୍ଶନ କରିଥିଲେ ।ମୁଖ୍ୟ ଅତିଥି ବିଧାୟକ ଶ୍ରୀ ଜଗଦଲା ନିଜ ଲକ୍ଷପଥ ର ସଫଳ ଦିଗରେ ବର୍ଣ୍ଣନା କରି ବର୍ତମାନ ସମାଜସେବା କ୍ଷେତ୍ରକୁ ଆପଣେଇ ଥିବା କହିଥିଲେ ।ଲକ୍ଷ ହାସଲ ପାଇଁ କନଫିଦେଣ୍ଟ ଦରକାର । ଶିକ୍ଷା ଓ ନିଜର ଚରିତ୍ରର ଅଗ୍ରଗତି ପାଇଁ କଠିନ ପରିଶ୍ରମ କରିବା ଆବଶ୍ୟକ ବୋଲି ଅଧ୍ୟୟନରତ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ ।ଏହି କଲେଜର ଉନ୍ନତି ପାଇଁ ଡବଲ ଇଞ୍ଜିନ ସରକାରରେ ଡବଲ ସହଯୋଗ ମିଳିବ ବୋଲି ଦୃଢ ପ୍ରତିଶ୍ରୁତି ଦେଇଥିଲେ।ଅନୁଷ୍ଟିତ ଏହି ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ସିଦ୍ଧାର୍ଥ କନିଷ୍ଟ ମହାବିଦ୍ୟାଳୟ ଅଧ୍ୟକ୍ଷା ରେଖା ପ୍ରଧାନ,ଯୁକ୍ତ ତିନି ଇତିହାସ ବିଭାଗ ମୁଖ୍ୟ ଗୋପାଳ କୃଷ୍ଣ ଦାଶ,ଏକାଡେମୀ ମୁଖ୍ୟ ରୁଦ୍ର ନାରାୟଣ ଦାଶ ଯୋଗଦେଇ ନୂତନ ଛାତ୍ରଛାତ୍ରୀଙ୍କ ଶିକ୍ଷାର ଉଜ୍ଜଳମୟ ଭବିଷ୍ୟତ ଉପରେ ଆଲୋକପାତ କରିଥିଲେ।ଏହି ଅବସରରେ କଳା ବିଭାଗ ରାଜନୀତି ବିଜ୍ଞାନରେ ଟପ୍ପର ହୋଇଥିବା ସସ୍ମିତା ଦାସ ଓ
ବିଜ୍ଞାନ ବିଭାଗ ଜୁଲୋଜିରେ ଟପ୍ପର ହୋଇଥିବା ଜଗା ମେହେରଙ୍କୁ ସମ୍ମାନିତ କରାଯାଇଥିଲା।ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପ୍ରାରମ୍ଭରେ ସଂସ୍କୃତ ଅଧ୍ୟାପକ ହରିଶ୍ଚନ୍ଦ୍ର ହୋତା ବେଡ ପଠନ,ଜାନକୀ ସାମନି ଓ ଭାରତୀ ବାବୁଙ୍କ ନେତୃତ୍ୱରେ ଛାତ୍ରୀ ମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିବା ବେଳେ ଅର୍ଥନୀତି ଅଧ୍ୟାପକ ବିଶ୍ଵନାଥ ମିଶ୍ର ସଭାକୁ ସଂଯୋଜନା ଏବଂ ଶେଷରେ ଅଧ୍ୟାପକ ଗୋପାଳ କୃଷ୍ଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।