-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
25-Sep-2024
କନ୍ଧମାଳ/କୋଟଗଡ଼(କ୍ଷୀରୋଦ କୁମାର ସାହାଣୀଙ୍କ ରିପୋର୍ଟ) କନ୍ଧମାଳ ଜିଲ୍ଲା ସୀମାନ୍ତବର୍ତ୍ତୀ କୋଟଗଡ଼ ବ୍ଲକ ଅନ୍ତର୍ଗତ ଦୁର୍ଗମ ଅଞ୍ଚଳ ଦୁର୍ଗାପଙ୍ଗା ପଞ୍ଚାୟତ ଅବସ୍ଥିତ ଓ ଏହି ଅପହଞ୍ଚ ଇଲାକାରେ ଥିବା ଏକମାତ୍ର ସରକାରୀ ବାଳିକା ଆଶ୍ରମ ଉଚ୍ଚ ବିଦ୍ୟାଳୟ ସ୍ଥାପନା କରିଛି ସରକାର ନିରୀହ ଆଦିବାସୀ, ହରିଜନ ଶ୍ରେଣୀର କୋମଳମତି ଛତ୍ର ଛାତ୍ରୀ ମାନଙ୍କ ଉତ୍ତମ ଶିକ୍ଷାଦାନ କରିବା ପାଇଁ ତେଣୁ ଉକ୍ତ ଆଶ୍ରମ ଉଚ୍ଚ ବିଦ୍ୟାଳୟକୁ ସରକାର ୨୦୦୮ ମସିହାରେ ଦୁର୍ଗାପଙ୍ଗାରେ ସ୍ଥାପନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ, ସେହି ଦିନଠାରୁ ଆଜକୁ ଦୀର୍ଘ ୧୮ ବର୍ଷ ହେବ ଶତାଧିକ ଆଦିବାସୀ ହରିଜନ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କୁ ମଣିଷ ତିଆରି କାରଖାନା ପରି ଉତ୍ତମ ଓ ଉଚ୍ଚ ଶିକ୍ଷିତ କରିବାରେ ଏକ ମାଇଲ ଖୁଣ୍ଟ ପ୍ରତିଷ୍ଠା କରିପାରିଛି କହିଲେ ଅତ୍ୟୁକ୍ତି ହେବନାହିଁ | ହେଲେ ଏତେ ଦିନର ଏହି ପୁରୁଣା ଆଶ୍ରମ ଉଚ୍ଚ ବିଦ୍ୟାଳୟ ବହୁ ସମସ୍ୟା ଦେଇ ଗତିକରୁଛି | ଉକ୍ତ ବିଦ୍ୟାଳୟ ଓ ହଷ୍ଟେଲ କୁ ଯିବାଆସିବା କରିବା ପାଇଁ ଭଲ ରାସ୍ତାଟିଏ ନାହିଁ, ଉକ୍ତ ବିଦ୍ୟାଳୟ ରେ ଥିବା ଶ୍ରେଣୀ ଗୃହ ଓ ହଷ୍ଟେଲ ଛାତରୁ
ବର୍ଷାଦିନେ ପାଣି ଝରୁଥିବା ବେଳେ ଛାତ୍ରୀ ମାନେ ବ୍ୟବହାର କରୁଥିବା ଲାଟିନ ଓ ବାଥରୁମ ଅଚଳ ହୋଇ ପଡିଛି | ପାନୀୟ ଜଳର ଘୋର ସମସ୍ୟା ଥିବା ବେଳେ ବିଦ୍ୟାଳୟରେ କରେଣ୍ଟ ଥିଲେ ପାଣି ଆସୁଛି, ଆଉ କରେଣ୍ଟ ନାହିଁତ ପାଣି ମଧ୍ୟ ନାହିଁ, ଯାହା ଫଳରେ ନିରୀହ ସରଳ ଛାତ୍ରୀମାନେ ନିତ୍ୟକର୍ମ କରିବା ଓ ରୋଷେଇ କରିବା ମଧ୍ୟ୍ୟ ସମ୍ଭବ ହୋଇପାରୁନି | ଦୀର୍ଘ ୧୬ ବର୍ଷ ତଳେ ନିର୍ମାଣ କରାଯାଇଥିବା କୋଠା ବାଡ଼ି ର ଅବସ୍ଥା କହିଲେ ନ ସରେ, ଯାହା ଅଛି ସେଗୁଡିକ ଜରାଜୀର୍ଣ୍ଣ ଅବସ୍ଥାରେପଡି ରହିଛି | ଉକ୍ତ ବିଦ୍ୟାଳୟରେ ୩୮୫ଜଣଛାତ୍ରୀ ଅନ୍ତେବାସିନୀ ଭାବେ ରହି ଅଧ୍ୟୟନ କରୁଛନ୍ତି | ଅନ୍ତେବାସିନୀ ଛାତ୍ରୀଙ୍କ ସଂଖ୍ୟା ଅନୁପାତରେ ସି ସି ଏ ସଂଖ୍ୟା କମ ଥିବା ଯୋଗୁଁ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ନିର୍ଦ୍ଦେଶ ପ୍ରକାରେବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଏବଂ ସମସ୍ତ ସଦସ୍ୟ ଙ୍କ ନିଷ୍ପତ୍ତି ପ୍ରକାରେ ୩ଗୋଟି ସି ସି ଏ ପଦବୀ ସରକାରଙ୍କ ଗାଇଡ଼ ଲାଇନ ପ୍ରକାରେ ନିଯୁକ୍ତି ପ୍ରଦାନ କରାଯାଇଥିଲେ ମଧ୍ୟ୍ୟ ଉକ୍ତ ନିଯୁକ୍ତି ପ୍ରକ୍ରିୟା କୁ ବେଆଇନ ଭାବେ ଲାଞ୍ଚ ଖାଇ, ପକ୍ଷ ପାତିତା କରି ନିଯୁକ୍ତି କରାଯାଇଥିବା ଦୁର୍ଗା ପଙ୍ଗା ଅଂଚଳର କିଛି ସାମାଜିକବ୍ୟକ୍ତି ବିଶେଷ ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ଆଣିଥିବା ଦେଖିବାକୁ ମିଳିଛି, ଏମିତି କି ପ୍ରଧାନ ଶିକ୍ଷକଙ୍କୁ ମାରିବା ପାଇଁ ଧମକ ମଧ୍ୟ୍ୟ ଦେଉଥିବା ଅଭିଯୋଗ କରୁଛନ୍ତି ପ୍ରଧାନ ଶିକ୍ଷକ | ଏଇ ପରିପେକ୍ଷୀରେ ଏଭଳି ଦୁର୍ଗମ ଅଞ୍ଚଳରେ ରହି ପ୍ରଧାନ ଶିକ୍ଷକ ସୁଚାରୁରୂପେ କାର୍ଯ୍ୟ କରିବା ଅସମ୍ଭବ ବୋଲି ଜଣା ପଡୁଛି | ବର୍ତ୍ତମାନ ବଡ଼ କଥା ହେଉଛି ବିଦ୍ୟାଳୟ ଛାତ୍ରୀ ନିବାସରେ ଲାଗି ରହିଥିବା ଅନେକ ଅସୁବିଧା ଥିବା ସତ୍ୱେ ମଧ୍ୟ ପ୍ରଧାନ ଶିକ୍ଷକ ନିରବ ଛିର୍ଣ୍ଣ ଭାବେ ସମସ୍ତ ବାଧା ବିଘ୍ନକୁ ଭ୍ରୁକ୍ଷେପ ନ କରି ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଅନ୍ୟ ସମସ୍ତ କର୍ମଚାରୀ ମାନଙ୍କୁ ସାଙ୍ଗରେ ନେଇ ଅତି ସୁଚାରୁରୂପେ କାର୍ଯ୍ୟ କରିଚାଲିଛନ୍ତି | ସିସିଏ ନିଯୁକ୍ତି ରେ କୌଣସି ପ୍ରକାର ପକ୍ଷ ପାତିତା କିମ୍ବା ଅନୀତି କରାଯାଇ ନ ଥିବା କଥା ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀ ଝିରିପାଣି ମାଝୀ, ସରପଞ୍ଚ ଶ୍ରୀମତୀ ବାଳମତି ମାଝୀ ପ୍ରକାଶ କରିଛନ୍ତି | ସିସିଏ ଚୟନ ସମୟରେ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ ଯଥା, ଧନୁର୍ଜୟ ଗାଡ଼ିକା, କମଳା ମାଝୀ, ପାର୍ବତୀ ପାଟମାଝି, ଏବଂ ଜଗନ୍ନାଥ ଡାକ ପ୍ରସ୍କା ମଧ୍ୟ୍ୟ ସିସିଏ ନିଯୁକ୍ତି ରେ କୌଣସି ଅନ୍ୟାୟ କରାଯାଇ ନାହିଁ ଓ ସିସିଏ ନିଯୁକ୍ତି ଗାଇଡ଼ ଲାଇନ ଅନୁଯାଇ ଚୟନ କରାଯାଇଥିବା ପ୍ରକାଶ କରିଛନ୍ତି, ହେଲେ ସିସିଏ ନିଯୁକ୍ତି ରେ ଅନିୟମିତତା ହୋଇଥିବା ଦର୍ଶାଇ କିଛି ଅଂଚଳ ବାସି ଅଭିଯୋଗ ଆଣୁଥିବା ବେଳେ ପ୍ରକୃତରେ ସିସିଏ ନିଯୁକ୍ତି ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଇଛି, ଏଣୁ ତୁରନ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଏବଂ ଜିଲ୍ଲାପାଳ କନ୍ଧମାଳ ହସ୍ତକ୍ଷେପକରି ଉପଯୁକ୍ତ ତଦନ୍ତ ପୂର୍ବକ ପଦକ୍ଷେପ ଗ୍ରହଣ କଲେ ସିସିଏ ନିଯୁକ୍ତି ର ପ୍ରକୃତ ସତ୍ୟାସତ୍ୟ ଜଣା ପଡିବ ବୋଲି ସାଧାରଣ ରେ ଆଲୋଚନା ହେଉଥିବା ଦେଖିବାକୁ ମିଳୁଛି |