-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
25-Sep-2024
କଣ୍ଟାମାଳ(ଜୟ କୁମାର ମହାରଣା): ବୌଦ୍ଧ ଜିଲ୍ଲା କଣ୍ଟାମାଳ ଡିଗ୍ରୀ କଲେଜ ପରିଚାଳନା କମିଟି ପକ୍ଷରୁ ନବନିର୍ବାଚିତ କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି l କଲେଜ ପରିଚାଳନା କମିଟି ଅଧ୍ୟକ୍ଷ ଭବାନୀ ଶଙ୍କର ରାଉତଙ୍କ ସଭାପତିତ୍ଵରେ ଆୟୋଜିତ ସ୍ୱାଗତ ସମାରୋହ ରେ ମୁଖ୍ୟଅତିଥି ଭାବେ ଶ୍ରୀ ଡାଙ୍ଗ ଯୋଗ ଦେଇ ଯେ କୌଣସି ଶିକ୍ଷାନୁଷ୍ଠାନର କମିଟି, ଶିକ୍ଷକ ଓ ଛାତ୍ରଙ୍କ ମଧ୍ୟରେ ସମନ୍ୱୟ ନ ରହିଲେ ଶିକ୍ଷାନୁଷ୍ଠାନ ର ବିକାଶ ଅସମ୍ଭବ। ତେଣୁ ସମସ୍ତେ ଏକତ୍ରିତ ହୋଇ କାମକଲେ ଅନୁଷ୍ଠାନର ଉନ୍ନତି ହେଵା ସଙ୍ଗେ ସଙ୍ଗେ କଲେଜର ବିଭିନ୍ନ ସମସ୍ୟାର ସମାଧାନ ହୋଇପାରିବ ବୋଲି କହିଥିଲେ । ସେହିପରି ନୂତନ ଅଧ୍ୟକ୍ଷ ଡ. ବସନ୍ତ ପଟ୍ଟନାୟକ ସମ୍ମାନୀତ ଅତିଥି ଭାବେ ଉପସ୍ଥିତ ରହି ଅନୁଷ୍ଠାନର ବିକାଶ ପାଇଁ ସମସ୍ତଙ୍କ ମତାମତକୁ ଆଗ୍ରାଧିକାର ଦିଆଯିବା ଉପରେ ମନ୍ତବ୍ୟ
ପ୍ରଦାନ କରିଥିଲେ। ସେହିପରି ବରିଷ୍ଠ ଅଧ୍ୟାପକ ଦେବଦାସ ମହାପାତ୍ର, ସାଗର ବଗର୍ତ୍ତୀ ଗତ ୪ ବର୍ଷ ଭିତରେ କିପରି ସମସ୍ୟାର ସମ୍ମୁଖିନ ହେଉଥିଲେ ତା ଉପରେ ବକ୍ତବ୍ୟ ରଖିଥିଲେ। ସଭାପୂର୍ବରୁ କଲେଜର ଛାତ୍ରୀମାନେ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ। ଅଧ୍ୟାପକ ସମିର ମେହେର ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଅଧ୍ୟାପକ ବସନ୍ତ ସାହୁ ମଞ୍ଚ ପରିଚାଳନା କରିଥିବା ସ୍ଥଳେ ଅଧ୍ୟାପକ ବିଭୁଦତ୍ତ ପୁରୋହିତ ଧନ୍ୟବାଦ ଦେଇଥିଲେ।ପରେ ମା' ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ଅତିଥିବୃନ୍ଦ କଲେଜ ପରିସରେ ବୃକ୍ଷରୋପଣ କରିଥିଲେ। ସମସ୍ତ କାର୍ଯ୍ୟରେ ପରିଚାଳନା କମିଟି ସଦସ୍ୟ/ସଦସ୍ୟା , ଅଧ୍ୟାପକ ଓ କର୍ମଚାରୀମାନେ ସହଯୋଗ କରିଥିଲେ।