-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
25-Sep-2024
ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀରରେ ବିଜେପିର ସଦସ୍ୟତା ଅଭିଯାନ କର୍ମଶାଳା ବିଜେପିର ଓବିସି ମୋର୍ଚାର ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି l ବିଜେପି ଓବିସି ମୋର୍ଚାର ଜିଲ୍ଲା ସଭାପତି ଅକ୍ଷୟ ରଣl ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ବିଜେପି ଓବିସି ମୋର୍ଚାର ରାଜ୍ୟ ଉପସଭାପତି ଦିଲୀପ କୁମାର ଖରସେଲ୍ , ସାଧାରଣ ସମ୍ପାଦକ ଜିତେନ୍ଦ୍ର ସ୍ଵାଇଁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ l ରାଜ୍ୟ ସମ୍ପାଦକ ତଥା ଓବିସି ମୋର୍ଚ୍ଚା ର ଜିଲ୍ଲା ପ୍ରଭାରୀ ସସ୍ମିତା ରାଣୀ ଦେହୁରୀ ମଞ୍ଚାସୀନ ଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବଲାଙ୍ଗୀର ନଗର ସଭାପତି ପିତାମ୍ବର ଖମାରୀ, କାଉନସିଲର ହରିଶଙ୍କର ଛତ୍ରିଆ, ଆଇନଜୀବୀ କିଶୋର ଜାଲ, ଧନେଶ୍ଵର ନାଗ, ଅଷ୍ଟମୀ ବଗର୍ତ୍ତୀ, ପାର୍ଥ କରନ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l