-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
24-Sep-2024
ବଲାଙ୍ଗିର: ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ସରକାରୀ ହାଇସ୍କୁଲ ଛାତ୍ର ଛାତ୍ରୀଙ୍କ ଧନ୍ଦାମୂଳକ ଶିକ୍ଷା (କୃଷି ବିଭାଗ) ର ଦଶମ ଓ ନବମ ଶ୍ରେଣୀର ଛାତ୍ର ଛାତ୍ରୀମାନଙ୍କୁ ଧନ୍ଦାମୂଳକ ପ୍ରଶିକ୍ଷକ ମୁରାରୀ ପ୍ରସାଦ ପର୍ଡିଆ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦୁର୍ଗାପାଲି ସ୍ଥିତ ପ୍ରସିଦ୍ଧି ନର୍ସରୀ କୁ କୃଷି ଶିଳ୍ପ ଶିକ୍ଷା ଭ୍ରମଣ କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ଜ୍ଞାନ ଆହରଣ କରିବା ପାଇଁ ତଥା କୃଷିଶିଳ୍ପ କ୍ଷେତ୍ରରେ ଘଟୁଥିବା ପରିବର୍ତ୍ତନ, ପରିବେଶ ସୁରକ୍ଷା ଦିଗରେ ନିଆଯାଉଥିବା ପଦକ୍ଷେପ, ନିରାପତ୍ତା ଆଦି ପାଇଁ ସିଧାସଳଖ ଜାଣିବା ପାଇଁ ପ୍ରକଳ୍ପ ପରିଦର୍ଶନ କରିଥିଲେ । ପ୍ରସିଦ୍ଧି ନର୍ସରୀ ର ଫାର୍ମ ପରିଚାଳକ ପ୍ରମିତା ପ୍ରଧାନ ଓ ତାଙ୍କ ସହକର୍ମୀ ଜମିଦାର ପ୍ରଧାନ ଛାତ୍ର ଛାତ୍ରୀମାନଙ୍କୁ ପନିପରିବା ଚାଷ ତଥା ଫୁଲଚାଷ ବିଷୟରେ ବ୍ୟବହାରିକ ଜ୍ଞାନ କୌଶଳ ପ୍ରଦାନ କରିଥିଲେ । ଛାତ୍ର ଛାତ୍ରୀମାନେ ପାୱାର ଟିଲର, ୱିଡର, ଘାସକଟା ଯନ୍ତ୍ରୀ, ମାଟି ଭଅଁରର ବ୍ୟବହାର ଶିଖିବା ସହିତ କଲମି ଆମ୍ବ ଚାରା ତିଆରି, ଗୋଲାପ ଚାରା ତିଆରି, ପ୍ରୋ-ଟ୍ରେ ରେ ଚାରା ପ୍ରସ୍ତୁତି ତଥା ତଳି ପଟାଳିରେ ଚାରା ଉତ୍ପାଦନ ବିଷୟରେ ତାଲିମ ପାଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍ୱାଧିନ ସାହୁ ଓ ସହକାରୀ ଶିକ୍ଷକ ପ୍ରଦୀପ ଦଣ୍ଡସେନା ସହଯୋଗ କରିଥିଲେ ।