-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
24-Sep-2024
ସୁବର୍ଣ୍ଣପୁର ( ମନୋରଞ୍ଜନ ତ୍ରିପାଠୀ )
ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫରୁ ବୀରମହାରାଜ ପୁର ବ୍ଳକ ରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ଅନ୍ୟା ଦାସ ଙ୍କୁ ଭେଟି ଉଫୁଲା ସରପଞ୍ଚ ଶ୍ରୀୟା କର୍ମୀ ସାମୁହିକ ଉନ୍ନୟନ ପ୍ରକଳ୍ପ ମଞ୍ଜୁରୀ ରେ ହେଉଥିବା ଅହେତୁକ ବିଳମ୍ବ ଓ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଜୀବନ ଜୀବିକା ବୃଦ୍ଧି ପାଇଁ ବ୍ୟକ୍ତିଗତ ସହାୟତା ପ୍ରକଳ୍ପ ମଞ୍ଜୁରୀ ପାଇଁ ପ୍ରଶାସନ ର ଟାଳଟୁଳ ନୀତି ଯୋଗୁଁ ସେ ଜନତା ଓ ୱାର୍ଡ ମେମ୍ବର ଙ୍କ ଅସନ୍ତୋଷ କୁ ସାମ୍ନା କରୁଥିବା ଓ ନିର୍ବାଚନ ପ୍ରତିଶ୍ରୁତି ପାଳନ ରେ ନିଜର ବିଫଳତା ନେଇ ଆପତ୍ତି ସମ୍ମିଳିତ ଅଭିଯୋଗ କରିଥିଲେ l ଜିଲ୍ଲାପାଳ ଉଫୁଲା ଗ୍ରାମ ପଂଚାୟତ ର ଉନ୍ନୟନ ପ୍ରକଳ୍ପ ସମୂହ ଯଥାର୍ଥତା ଭିତ୍ତି ରେ ଶୀଘ୍ର ମଞ୍ଜୁରୀ ପାଇଁ ପ୍ରଶାସନିକ ନିର୍ଦେଶ ଦେଇଥିଲେ l ସରପଞ୍ଚ ପ୍ରଶାସନ ସହ କରିଥିବା ବିଭିନ୍ନ ସମୟର ପତ୍ରାଳାପ କପି ସମୂହ ସଂଲଗ୍ନ କରି ନୂତନ ଆପତ୍ତି ସମ୍ମିଳିତ ଅଭିଯୋଗ ପ୍ରଦାନ କରି ଥିଲେ l ଜିଲ୍ଲାପାଳ ତାଙ୍କ ଆପତ୍ତି ର ଆଶୁ ପଦକ୍ଷେପ ଗ୍ରହଣ କରି ଥିବା ସରପଞ୍ଚ ଶ୍ରୀୟା କର୍ମୀ ପ୍ରକାଶ କରିଛନ୍ତି l